ପାଟନା: ଆର୍ଜେଡି ନେତା ତଥା ମହାମେଣ୍ଟର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ତେଜସ୍ବୀ ଯାଦବ ଗୁରୁବାର କହିଛନ୍ତିଯେ ମେଣ୍ଟ କ୍ଷମତାକୁ ଆସିଲେ ବିହାର ମନ୍ତ୍ରିମଣ୍ଡଳରେ ଏକରୁ ଅଧିକ ଉପମୁଖ୍ୟମନ୍ତ୍ରୀ ରହିବେ। ଗଣମାଧ୍ୟମକୁ ତେଜସ୍ବୀ କହିଛନ୍ତି, ‘ଅଧିକ ଉପମୁଖ୍ୟମନ୍ତ୍ରୀ ରହିବେ ଏବଂ ଏନେଇ ଖୁବ୍ଶୀଘ୍ର ପ୍ରାର୍ଥୀଙ୍କ ନାମଘୋଷଣା କରାଯିବ’। ତେଜସ୍ବୀ କହିଛନ୍ତି, ବିହାରର ଜନସାଧାରଣ ବର୍ତ୍ତମାନର ସରକାର ବିରୋଧରେ ଅତ୍ୟନ୍ତ କ୍ଷୁବ୍ଧ ଅଛନ୍ତି ଏବଂ ଏହି ସରକାରକୁ ହଟାଇବାକୁ ନିଷ୍ପତ୍ତି ନେଇଛନ୍ତି। । ସେମାନେ ପରିବର୍ତ୍ତନ ଚାହାନ୍ତି।
ଖୁବ୍ଶୀଘ୍ର ପ୍ରାର୍ଥୀଙ୍କ ନାମ ଘୋଷଣା
ବର୍ତ୍ତମାନର ସରକାର ୨୦ ବର୍ଷ ଧରି ବିହାରର ଲୋକଙ୍କୁ ଶୋଷଣ କରୁଛି। ସହର୍ସାରେ ନିର୍ବାଚନ ପ୍ରଚାର କରୁଥିବା ତେଜସ୍ବୀ କହିଛନ୍ତି, ‘ମୋଦୀ ଗୁଜରାଟରେ କାରଖାନା ପ୍ରତିଷ୍ଠା କରୁଛନ୍ତି ଏବଂ ବିହାରରେ ବିଜୟ ଚାହୁଛନ୍ତି। ବିହାରବାସୀ ଏହା ହେବାକୁ ଦେବେନାହିଁ। ଆମେ ବିହାରୀ, ଆମେ ବାହାର ଲୋକଙ୍କୁ ଭୟ କରିବୁନାହିଁ। ସେ କହିଛନ୍ତି, ବିହାର ଏହାର ନିଜ ଲୋକଙ୍କ ଦ୍ବାରା ଶାସିତ ହେବ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/10/17/rahul-and-tejaswi-2025-10-17-19-33-49.jpg)