ଆଲୋଚନା ସମୟରେ ଯୁଦ୍ଧବିରତି ହେବନି, ଶାନ୍ତି କଥାବାର୍ତ୍ତାରେ ଗୁରୁତ୍ବପୂର୍ଣ୍ଣ ଅଗ୍ରଗତି ହୋଇନି: ରୁଷ୍‌

ମସ୍କୋ: ରୁଷ୍‌ ଏବଂ ୟୁକ୍ରେନ୍‌ ମଧ୍ୟରେ ଚାଲିଥିବା ଶାନ୍ତି କଥାବାର୍ତ୍ତାରେ ‌କୌଣସି ବିଶେଷ ଗୁରୁତ୍ବପୂର୍ଣ୍ଣ ଅଗ୍ରଗତି ହୋଇନାହିଁ। ୟୁକ୍ରେନ୍‌ ରୁଷ୍‌ ପାଇଁ ଅଗ୍ରହଣୀୟ ପ୍ରସ୍ତାବ ରଖି ଶାନ୍ତି କଥାବାର୍ତ୍ତାରେ ବାଧା ସୃଷ୍ଟି କରୁଛି ବୋଲି ରୁଷ୍‌ ଅଭିଯୋଗ କରିଛି। ଅନ୍ୟପକ୍ଷେ ୟୁକ୍ରେନ୍‌ କହିଛି ଏହା କଥାବାର୍ତ୍ତା ପାଇଁ ଆଗ୍ରହୀ କିନ୍ତୁ ରୁଷ୍‌ ପାଖରେ ଆତ୍ମସମର୍ପଣ କରିବନି। କ୍ରେମଲିନ ମୁଖପାତ୍ର ଡିମିତ୍ରି ପେସକବ୍‌ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି, ୟୁକ୍ରେନ୍‌ ଏବଂ ରୁଷ୍‌ ମଧ୍ୟରେ ଶାନ୍ତି କଥାବାର୍ତ୍ତାରେ ସେଭଳି କୌଣସି ଗୁରୁତ୍ବପୂର୍ଣ୍ଣ ଅଗ୍ରଗତି ହୋଇନି ଯାହା କି ଦୁଇ ରାଷ୍ଟ୍ରମୁଖ୍ୟଙ୍କ ମଧ୍ୟରେ ସମ୍ଭାବ୍ୟ କଥାବାର୍ତ୍ତା ପାଇଁ ବାଟ ଫିଟାଇପାରିବ। ୟୁକ୍ରେନ୍‌ ଅପେକ୍ଷା ଶାନ୍ତି କଥାବାର୍ତ୍ତା ପାଇଁ ରୁଷ୍‌ ଅଧିକ ଆଗ୍ରହୀ। କିନ୍ତୁ ୟୁକ୍ରେନ୍‌ ରୁଷ୍‌ ପାଇଁ ଅଗ୍ରହଣୀୟ ପ୍ରସ୍ତାବ ରଖି ଏଥିରେ ବାଧା ସୃଷ୍ଟି କରୁଛି।

ସମ୍ବନ୍ଧିତ ଖବର