ନୂଆଦିଲ୍ଲୀ : ଏମ୍ସରେ ଲୋକସଭା ଓ ରାଜ୍ୟସଭା ସାଂସଦମାନଙ୍କ ଚିକିତ୍ସା ପାଇଁ ବିଶେଷ ବ୍ୟବସ୍ଥା ଉପଲବ୍ଧ ହେବ ନାହିଁ। ଦେଶତମାମ ରେସିଡେଣ୍ଟ୍ ଡାକ୍ତରମାନଙ୍କର ବିରୋଧ ପରେ ଏମ୍ସ ପ୍ରଶାସନ ଦ୍ବାରା ସାଂସଦମାନଙ୍କ ଚିକିତ୍ସା ପାଇଁ ଦୁଇ ଦିନ ପୂର୍ବେ ଜାରି କରାଯାଇଥିବା ଏସ୍ଓପିକୁ ପ୍ରତ୍ୟାହାର କରିନିଆଯାଇଛି। ଏସ୍ଓପିରେ ସାଂସଦମାନଙ୍କ ଚିକିତ୍ସା ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା ସଂପର୍କରେ ଉଲ୍ଲେଖ କରାଯାଇଥିଲା। ଯାହାକୁ କି ଭିଆପି କଲଚର୍ ବୋଲି ଏମ୍ସ ରେସିଡେଣ୍ଟ ଡାକ୍ତର ସଂଘ ଓ ଏମ୍ସ ଅଧ୍ୟାପନା ସଦସ୍ୟମାନଙ୍କ ପକ୍ଷରୁ ବିରୋଧ କରାଯାଇଥିଲା। ଏସ୍ଓପି ତୁରନ୍ତ ପ୍ରତ୍ୟାହାର କରାନଗଲେ ଆନ୍ଦୋଳନ ଚେତାବନୀ ଦିଆଯାଇଥିଲା।
ଏମ୍ସରେ ସାଂସଦମାନଙ୍କ ପାଇଁ ହେବନି ବିଶେଷ ବ୍ୟବସ୍ଥା
ରେସିଡେଣ୍ଟ୍ ଡାକ୍ତରଙ୍କ ବିରୋଧ ପରେ ଏସଓପି ପ୍ରତ୍ୟାହାର
/sambad/media/post_attachments/wp-content/uploads/2022/08/aiims-ddd.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)