ମୁମ୍ବାଇ: ମୁମ୍ବାଇରେ ବାୟୁ ପ୍ରଦୂଷଣ ସ୍ଥିତି ଖରାପ ଥିବାରୁ ଦୀପାବଳିରେ ବାଣ ଫୁଟାଇବା ସମୟ ୨ ଘଣ୍ଟାକୁ ହ୍ରାସ କରାଯାଇଛି। ବମ୍ବେ ହାଇକୋର୍ଟ ଆଜି ଏହି ନିର୍ଦ୍ଦେଶ ଦେଇଛନ୍ତି। ବିଚାରପତି ଆରିଫ ଡକ୍ଟରଙ୍କ ସମେତ ଅନ୍ୟ ବିଚାରପତିମାନଙ୍କୁ ନେଇ ଗଠିତ ଖଣ୍ଡପୀଠ ଦୀପାବଳିରେ ବାଣ ଫୁଟାଇବା ସମୟରେ ସଂଶୋଧନ ଆଣିଛନ୍ତି। ପୂର୍ବରୁ ଏହା ୩ ଘଣ୍ଟା ଥିବାବେଳେ ଆଜି ଏହାକୁ ୨ ଘଣ୍ଟାକୁ ହ୍ରାସ କରାଯାଇଛି। ପୂର୍ବରୁ ସନ୍ଧ୍ୟା ୭ଟାରୁ ରାତି ୧୦ଟା ପର୍ଯ୍ୟନ୍ତ ବାଣ ଫୁଟାଇବାକୁ ଅନୁମତି ଦିଆଯାଇଥିଲା। କିନ୍ତୁ ଆଜି ଏହାକୁ ରାତି ୮ଟାରୁ ୧୦ଟା ମଧ୍ୟରେ ରଖାଯାଇଛି। ଏଥିସହିତ ବର୍ଜ୍ୟ ସାମଗ୍ରୀ ନେଇ ଯାତାୟତ କରୁଥିବା ଗାଡ଼ିର ପରିବହନ ଉପରେ ହାଇକୋର୍ଟ ନଭେମ୍ବର ୬ରେ ନିଷେଧାଦେଶ ଲଗାଇଥିଲେ। ତାହା ବଳବତ୍ତର ରହିଛି। କିନ୍ତୁ ଘୋଡ଼ା ହୋଇ ନିର୍ମାଣ ସାମଗ୍ରୀ ପରିବହନ ହେଉଥିବା ଗାଡ଼ି ଚଳାଚଳକୁ ହାଇକୋର୍ଟ ଅନୁମତି ଦେଇଛନ୍ତି।