ଆଗାମୀ ଦୁଇ ସପ୍ତାହ ବଡ଼ ଦୁର୍ଦ୍ଦଶାପୂର୍ଣ୍ଣ; ଅନେକ ମୃତ୍ୟୁ ହେବ: ଡୋନାଲଡ୍ ଟ୍ରମ୍ପ୍

ୱାସିଂଟନ୍: କରୋନାଭାଇରସ୍ ସଂକ୍ରମିତଙ୍କ ସଂଖ୍ୟା ଦ୍ରୁତ ବେଗରେ ବଢୁଥିବାରୁ ଆମେରିକା ବଡ଼ ଦୁର୍ଦ୍ଦଶାଜନକ ସପ୍ତାହ ଆଡ଼କୁ ମୁହାଁଉଛି ବୋଲି ଶୁକ୍ରବାର ଦିନ ଆମେରିକାର ରାଷ୍ଟ୍ରପତି ଡୋନାଲଡ୍ ଟ୍ରମ୍ପ୍ କହିଛନ୍ତି ।

ମହାମାରୀ କରୋନାଭାଇରସ ସଂକ୍ରାନ୍ତ ଦୈନିକ ସୂଚନା ଦେବା ସମୟରେ ଗମ୍ଭୀର ହୋଇ ସେ କହିଲେ, ଦୁଃଖର ବିଷୟ, ଗୁଡ଼ାଏ ମୃତ୍ୟୁ ହେବ । ଅନେକ ମୃତ୍ୟୁ ।

ଟ୍ରମ୍ପଙ୍କ ସାଥିରେ ଥିଲେ ଉପରାଷ୍ଟ୍ରପତି ମାଇ ପେନସ୍, ଭାଇରସ୍ ଟାସ୍କ ଫୋର୍ସ କୋଅର୍ଡିନେଟର୍ ଡାକ୍ତର ଦେବୋରା ବ୍ରିକ୍ସ୍ ଏବଂ ଡାକ୍ତର ଆନ୍ଥୋନି ଫଅକି । ଛୋଟିଆ ମଞ୍ଚରେ ସଭିଏଁ ପରସ୍ପର ଠାରୁ ଦୂରଛଡ଼ା ହୋଇ ଠିଆ ହୋଇଥିଲେ ।

Image Courtesy of The Reuters

ଏହା ପୂର୍ବରୁ ପ୍ରତ୍ୟେକ ରାଜ୍ୟରେ ଯଥେଷ୍ଟ ପରିମାଣର ଗୁରୁତ୍ୱପୂର୍ଣ୍ଣ ଡାକ୍ତରୀ ସାମଗ୍ରୀ ମହଜୁଦ ରଖିବା ହେଉଛି ଆମର ଲକ୍ଷ୍ୟ ବୋଲି ଟ୍ରମ୍ପ୍ କହିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ଯେ ବାସ୍ତବ ଆବଶ୍ୟକତା ଠାରୁ ରାଜ୍ୟମାନେ ଅଧିକ ଡାକ୍ତରୀ ସାମଗ୍ରୀ ମାଗୁଛନ୍ତି । ଆଗକୁ ଅଭାବ ଆଂଶଙ୍କାରେ ରାଜ୍ୟମାନେ ଅଧିକ ସାମଗ୍ରୀ ପାଇଁ ଅନୁରୋଧ କରୁଛନ୍ତି ।

କିନ୍ତୁ, ରାଷ୍ଟ୍ରପତି ଟ୍ରମ୍ପ ଗୁରୁତ୍ୱାରୋପ କରି କହିଲେ ଯେ କେତେକ ପ୍ରତିରକ୍ଷାମୂଳକ ପଦକ୍ଷେପ ଗ୍ରହଣ କଲେ ମୃତ୍ୟୁସଂଖ୍ୟା କମାଇ ହେବ । ରାଷ୍ଟ୍ରପତିଙ୍କୁ ସମର୍ଥନ କରି କରୋନାଭାଇରସ୍ ଟାସ୍କ ଫୋର୍ସର ଅନ୍ୟତମ ସଦସ୍ୟା ଡାକ୍ତର ମେରି ଇ. ବର୍ଚ କହିଲେ ଯେ ଏହି ଦୁଇ ସପ୍ତାହ ମଧ୍ୟରେ ଲୋକେ ରାଷ୍ଟ୍ରପତିଙ୍କ ମାର୍ଗଦର୍ଶିକା ଅନୁଯାୟୀ ଚଳିବା ଆବଶ୍ୟକ । ସେମିତି ହେଲେ ମୃତ୍ୟୁସଂଖ୍ୟା କିଛି ପରିମାଣରେ ହ୍ରାସ କରାଯାଇ ପାରିବ ।

ସମ୍ବନ୍ଧିତ ଖବର