ଆପଣ ଜାଣନ୍ତି କି ଭାରତ ପରି ଆହୁରି ୧୦ଟି ଦେଶ ପାଳନ କରନ୍ତି ଦୀପାବଳି?

ଆଜି ଆଲୋକର ପର୍ବ ଦୀପାବଳି। ଆଗାମୀ ସାରା ଦେଶ ପାଳନ କରିବୁ ଏହି ଆଲୋକର ପର୍ବକୁ। ଏହି ଦିନରେ ଲୋକେ କିଣାକିଣି କରିବା, ଘର ସଜାଇବା ଓ ନିଜର ଲୋକଙ୍କ ସକାଶେ ଉପହାର କିଣିବାଲେ ଲାଗିପଡ଼ିଛନ୍ତି। ମାତ୍ର ଆପଣ ଭାବୁଥିବେ ଯେ ଏହି ପର୍ବ କେବଳ ଭାରତରେ ପାଳନ କରାଯାଏ। ଯଦି ଆପଣ ସେପରି ଭାବୁଛନ୍ତି ତେବେ ଆପଣ ପୂରାପୂରି ଭାବେ ଭୁଲ୍‌। କାହିଁକି ନା, ଦୀପାବଳି କେବଳ ଭାରତରେ ପାଳନ କରାଯାଏ ନାହିଁ। ଭାରତ ପରି ଆହୁରି ଅନେକ ଦେଶର ଲୋକେ ଦୀପାବଳୀକୁ ବଡ଼ ଧୂମ୍‌ଧାମ୍‌ରେ ପାଳନ କରିଥାନ୍ତି।

ସେହି ଦେଶଗୁଡ଼ିକ ଭିତରେ ରହିଛନ୍ତି ଫୁଜି, ଇଣ୍ଡୋନେସିଆ, ମାଲେସିଆ, ମରିସସ୍‌, ନେପାଳ, ଶ୍ରୀଲଙ୍କା, କାନ୍ନଡା, ସିଙ୍ଗାପୁର, ଇଂଲଣ୍ଡ, ତ୍ରିନିଦାଦ୍‌ ଓ ତୋବାଗୋ।

India

ଉପୋରୋକ୍ତ ଦେଶକୁଡ଼ିକ ମଧ୍ୟ ଆଲୋକରେ ଘରକୁ ସଜାଇ, ରଙ୍ଗୋଲି କରି ଦୀପାବଳୀ ମନାଇବା ସହ ବାଣ ଫୁଟାଇ ଥାଆନ୍ତି। ଅବଶ୍ୟ ଏହି ସଂସ୍କୃତି ଭାରତର। ମାତ୍ର ଏହା ଧୀରେ ଧୀରେ ଭିନ୍ନ ଭିନ୍ନ ଦେଶରେ ପାଳନ ହେଉଛି। ଆଲୋକର ପର୍ବ ହୋଇଥିବା ହେତୁ ଏହା ଅତି ସହଜରେ ଅନେକ ଦେଶରେ ଆଦୃତି ଲାଭ କରିଛି।

ସମ୍ବନ୍ଧିତ ଖବର