ନୂଆଦିଲ୍ଲୀ: ଏବେ ସଂସଦରେ ଦେଖିବାକୁ ମିଳିବେ ଅନେକ ପୂର୍ବତନ ମୁଖ୍ୟମନ୍ତ୍ରୀ | ବାସ୍ତବରେ କିଛି ରାଜ୍ୟରେ କିଛି ମାସ ତଳେ ନିଜ ଦଳର ନେତୃତ୍ୱ ନେଇଥିବା ଅନେକ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କୁ ୧୮ ତମ ଲୋକସଭାରେ ଦେଖିବାକୁ ମିଳିବ। ଏଥିମଧ୍ୟରେ ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ, ହରିୟାଣାର ମନୋହର ଲାଲ, ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ ଚରଣଜିତ ସିଂ ଚନ୍ନି, ତ୍ରିପୁରାର ପୂର୍ବତନ ମୁଖ୍ୟମନ୍ତ୍ରୀ ବିପ୍ଲବ ଦେବ ଏବଂ କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ବାସଭରାଜ ବୋମ୍ମାଇ ଅଛନ୍ତି।

Advertisment

ବୋମ୍ମାଇଙ୍କ ବ୍ୟତୀତ କର୍ଣ୍ଣାଟକର ଅନ୍ୟ ଦୁଇଜଣ ପୂର୍ବତନ ମୁଖ୍ୟମନ୍ତ୍ରୀ ମଧ୍ୟ ଲୋକସଭା ନିର୍ବାଚନ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଛନ୍ତି। ଏଥି ମଧ୍ୟରେ ବିଜେପିର ଜଗଦୀଶ ଶେଟ୍ଟର ଏବଂ ଜନତା ଦଳରୁ କୁମାରସ୍ୱାମୀ ଅଛନ୍ତି। ଉତ୍ତରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବ ମଧ୍ୟ ଉତ୍ତରପ୍ରଦେଶର କନୌଜ ଆସନରୁ ଜିତିବାରେ ସଫଳ ହୋଇଛନ୍ତି । କୁହାଯାଉଛି ଯେ ମନୋହର ଲାଲ, ଶିବରାଜ ଚୌହାନ ଏବଂ ବୋମ୍ମାଇ ସରକାରରେ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱt ପାଇପାରନ୍ତି | ବିଶେଷକରି ଶିବରାଜ ଏବଂ ମନୋହର ଲାଲ ଗୁରୁତ୍ୱପୂର୍ଣ୍ଣ ମନ୍ତ୍ରଣାଳୟ ପାଇପାରନ୍ତି।

ତେବେ ଏହି ନିର୍ବାଚନରେ ଏମିତି ବି କିଛି ପୂର୍ବତନ ମୁଖ୍ୟମନ୍ତ୍ରୀ ଅଛନ୍ତି ଯେଉଁମାନେ ​​ପରାଜୟର ସମ୍ମୁଖୀନ ହୋଇଛନ୍ତି | ସେମାନଙ୍କ ମଧ୍ୟରେ ଝାଡଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ଅର୍ଜୁନ ମୁଣ୍ଡା, ମଧ୍ୟପ୍ରଦେଶର ଦିଗବିଜୟ ସିଂ, ଜାମ୍ମୁ କାଶ୍ମୀରର ଓମାର ଅବଦୁଲ୍ଲା ଏବଂ ମେହବୁବା ମୁଫତି ଅଛନ୍ତି।