ମୁମ୍ବାଇ: ପାଖାପାଖି ୪୦ ଦିନ ପରେ ଆଜି ମହାରାଷ୍ଟ୍ରରେ ସିନ୍ଦେ ସରକାରଙ୍କର ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ହୋଇଛି | ଆଜି ବିଜେପିର ୯ ଜଣ ବିଧାୟକ ମନ୍ତ୍ରୀ ଭାବେ ଶପଥ ନେଇଥିବାବେଳେ ଏକନାଥ ସିନ୍ଦେଙ୍କ କ୍ୟାମ୍ପରୁ ସମାନ ସଂଖ୍ୟକ ବିଧାୟକ ମନ୍ତ୍ରୀ ଭାବେ ଶପଥ ନେଇଛନ୍ତି। ରାଜ୍ୟପାଳ ଭଗତ ସିଂହ କୋଶିଆରି ୧୮ ଜଣ ବିଧାୟକଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଥିଲେ | ପ୍ରଥମେ ରାଧାକୃଷ୍ଣ ବିଖେ ପାଟିଲ, ସୁଧୀର ମୁଙ୍ଗନ୍ତୀୱାର, ଚନ୍ଦ୍ରକାନ୍ତ ପାଟିଲ,ବିଜୟ କୁମାର ଗାଭିଟ ଶପଥ ନେଇଥିଲେ |

Advertisment

ଏହାପରେ ଗିରିଶ ମହାଜନ, ଗୁଲାବରାଓ ପାଟିଲ, ଦାଦା ଭୁସେ, ସଞ୍ଜୟ ରାଠୋଡ଼, ସୁରେଶ ଖାଡେ, ସନ୍ଦୀପନ ଭୁମରେ, ଉଦୟ ସାମନ୍ତ, ତାନଜୀ ସାୱନ୍ତ, ରବିନ୍ଦ୍ର ଚୌହାନ, ଅବଦୁଲ ସତ୍ତର ଶପଥ ନେଇଥିଲେ | ଏମାନଙ୍କ ପରେ ସିନ୍ଦେଙ୍କ କ୍ୟାମ୍ପର ମୁଖପାତ୍ର ଥିବା ଦୀପକ କେସରକର, ଅତୁଲ ଶାବେ, ଶମ୍ଭୁରାଜ ଦେଶୀ ଏବଂ ମଙ୍ଗଲପ୍ରଭାତ ମଧ୍ୟ ମନ୍ତ୍ରୀ ଭାବରେ ଶପଥ ନେଇଥିଲେ |

ଯଦିଓ ବର୍ତ୍ତମାନ କେଉଁ ନେତାଙ୍କୁ କେଉଁ ବିଭାଗ ଦିଆଯିବ ତାହା ସ୍ପଷ୍ଟ ହୋଇନାହିଁ, କିନ୍ତୁ ଉପ-ମୁଖ୍ୟମନ୍ତ୍ରୀ ଥିବା ଦେବେନ୍ଦ୍ର ଫଡନାଭିସ ଗୃହ ବିଭାଗ ପାଇପାରନ୍ତି ବୋଲି ଆଲୋଚନା ଜୋର ଧରିଛି | ଏହା ବ୍ୟତୀତ ଅନେକ ଗୁରୁତ୍ୱପୂର୍ଣ୍ଣ ବିଭାଗ ମଧ୍ୟ ବିଜେପି ହାତକୁ ଯାଇପାରେ । ସୂଚନା ଥାଉ କି ଯେ ଜୁନ୍ ୩୦ ରେ ଏକନାଥ ସିନ୍ଦେ ଏବଂ ଦେବେନ୍ଦ୍ର ଫଡନାଭିସ୍ ଶପଥ ନେଇଥିଲେ। ସେବେଠାରୁ ଉଭୟ ସରକାର ଚଳାଉଥିଲେ ମଧ୍ୟ କ୍ୟାବିନେଟର ସମ୍ପ୍ରସାରଣ ହୋଇପାରିନଥିଲା । ଆସନ୍ତା ଦୁଇ ଦିନ ମଧ୍ୟରେ ମନ୍ତ୍ରୀମାନଙ୍କର ବିଭାଗ ବଣ୍ଟନ ହୋଇପାରେ |