୩୫ ଜଣ ସାଂସଦ ପଚାରିଲେ ନାହିଁ ଗୋଟିଏ ବି ପ୍ରଶ୍ନ, ତାଲିକାରେ ଅଛନ୍ତି ଏହି ଓଡ଼ିଆ ସାଂସଦ

ନୂଆଦିଲ୍ଲୀ: ଯେଉଁ ସାଂସଦମାନଙ୍କୁ ଆପଣ ନିର୍ବାଚିତ କରି ଲୋକସଭାକୁ ପଠାନ୍ତି ସେମାନେ ଆପଣଙ୍କ ଅଞ୍ଚଳ ପାଇଁ କେତେ ଚିନ୍ତିତ କେବେ ଭାବିଛନ୍ତି କି ? ତେବେ ଆଜି ଆମେ ଆପଣଙ୍କୁ ସାଂସଦମାନେ ସଂସଦରେ କେତେ ଉପସ୍ଥିତ ରୁହନ୍ତି ଓ ଆପଣଙ୍କ ସମସ୍ୟାକୁ କେତେ ଉପସ୍ଥାପନ କରନ୍ତି ତାହାର ତଥ୍ୟ ଦେବୁ | ସଂସଦର କାର୍ଯ୍ୟକ୍ରମ ଉପରେ ନଜର ରଖୁଥିବା ପିଆରଏସ ଇଣ୍ଡିଆ ପକ୍ଷରୁ ଲୋକସଭା ତଥ୍ୟ ସାମ୍ନାକୁ ଆସିଛି | ଏଥିରେ କୁହାଯାଇଛି ଯେ ୧ ଜୁନ,୨୦୧୯ରୁ ଫେବୃୟାରୀ ୧୨, ୨୦୨୧ ମଧ୍ୟରେ ହୋଇଥିବା ସଂସଦ ଅଧିବେଶନ ମଧ୍ୟରୁ ୧୫ ଜଣ ସାଂସଦଙ୍କର ଲୋକସଭାରେ ୧୦୦ ପ୍ରତିଶତ ଉପସ୍ଥାନ ରହିଛି | ସେହିପରି ୩୫ ଜଣ ସାଂସଦ ଅଛନ୍ତି ଯେଉଁମାନେ କୌଣସି ପ୍ରଶ୍ନ ପଚାରି ନାହାଁନ୍ତି |

ଆଉ ୯ ଜଣ ସାଂସଦ ଅଛନ୍ତି ଯେଉଁମାନେ ୨୫୦ରୁ ଅଧିକ ପ୍ରଶ୍ନ ପଚାରିଛନ୍ତି | ତେବେ ୩୫ ଜଣ ସାଂସଦ ଯେଉଁମାନେ ପ୍ରଶ୍ନ ପଚାରିନାହାନ୍ତି ସେହି ତାଲିକାରେ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ, ସମାଜବାଦୀ ପାର୍ଟି ସୁପ୍ରିମୋ ଅଖିଲେଶ ଯାଦବ, ପୂର୍ବତନ ଅଧ୍ୟକ୍ଷ ମୁଲାୟମ ସିଂହ ଯାଦବ, ଭାଜପା ସାଂସଦ ଏସଏସ ଅଲୁୱାଲିଆ, ପୂର୍ବତନ କେନ୍ଦ୍ର ମନ୍ତ୍ରୀ ରାଧାମୋହନ ସିଂ, ମହେଶ ଶର୍ମାଙ୍କ ଭଳି ହେଭିୱେଟ ନେତା/ନେତ୍ରୀ ଅଛନ୍ତି |

ତେବେ ଏପର୍ଯ୍ୟନ୍ତ ପ୍ରଶ୍ନ ପଚାରିନଥିବା ୩୫ ଜଣ ସାଂସଦଙ୍କ ମଧ୍ୟରୁ ବିଜେପିର ୧୭ ଜଣ ସାଂସଦ ରହିଛନ୍ତି | ଆଉ ଏହି ୧୭ ଜଣ ସାଂସଦଙ୍କ ମଧ୍ୟରେ ମୟୁରଭଞ୍ଜର ବିଶେଶ୍ୱର ଟୁଡୁଙ୍କ ନାମ ମଧ୍ୟ ରହିଛି |

ସମ୍ବନ୍ଧିତ ଖବର