ନୂଆଦିଲ୍ଲୀ: କଂଗ୍ରେସର ସାଧାରଣ ସମ୍ପାଦିକା ପ୍ରିୟଙ୍କା ଗାନ୍ଧୀ ଭଦ୍ରା ମଙ୍ଗଳବାର ଦିନ ପ୍ରାଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ କେନ୍ଦ୍ର ସରକାରଙ୍କୁ ସମାଲୋଚନା କରି କହିଛନ୍ତି ଯେ, ଲୋକେ ‘ଅକ୍ସିଜେନ୍’ ପାଇଁ କାନ୍ଦୁଥିବା ବେଳେ ‘ସେମାନେ’ ନିର୍ବାଚନ ରାଲିରେ ମଉଜିଆ କଥା କହି ହସୁଛନ୍ତି।
ସେ କହିଛନ୍ତି, ଆଜି ବି ସେମାନେ ନିର୍ବାଚନ ପ୍ରଚାରରେ ବ୍ୟସ୍ତ ଅଛନ୍ତି। ସେମାନେ ପ୍ରଚାର ମଞ୍ଚରେ ହସୁଛନ୍ତି। ସେ (ପ୍ରଧାନମନ୍ତ୍ରୀ ମୋଦୀ) ପଶ୍ଚିମବଙ୍ଗ ନିର୍ବାଚନ ପ୍ରଚାର କଥା ଭୁଲିଯିବା ଆବଶ୍ୟକ। କରୋନାଭାଇରସ୍ ସଙ୍କଟ ସମୟରେ ପ୍ରଧାନମନ୍ତ୍ରୀ ‘ଜୋକ୍’ କରୁଥିବା ପଶ୍ଚିମବଙ୍ଗ ନିର୍ବାଚନ ପ୍ରଚାରରୁ ହଟି ଆସି ସହାୟତା ପାଇଁ ଜନସାଧାରଣଙ୍କ ସହ ଯୋଗାଯୋଗ କରିବା ଆବଶ୍ୟକ।
Image Courtesy of CHIDIA ALERTଲୋକେ କାନ୍ଦୁଛନ୍ତି, ସାହାଯ୍ୟ ପାଇଁ ଚିତ୍କାର କରୁଛନ୍ତି, ‘ଅକ୍ସିଜେନ୍’, ଶଯ୍ୟା, ଔଷଧ ଖୋଜୁଥିବା ବେଳେ ଆପଣ ବିଶାଳ ରାଲିକୁ ଯାଇ ହସୁଛନ୍ତି! ଆପଣ ହସି ପାରୁଛନ୍ତି କେମିତି?
Image Courtesy of India Todayପ୍ରିୟଙ୍କା ଆହୁରି ମଧ୍ୟ କହିଛନ୍ତି, ସରକାର ବିରୋଧୀ ଏବଂ ବ୍ୟବସାୟୀମାନଙ୍କ ସହ ଆଲୋଚନା କରିବା ଆବଶ୍ୟକ। ଏ ସରକାର ‘ଆଇଏସ୍ଆଇ’ ସହ ଆଲୋଚନା କରିପାରିବେ। ଦୁବାଇରେ ସେମାନେ ‘ଆଇଏସ୍ଆଇ’ ସହ କଥାବାର୍ତ୍ତା କରୁଛନ୍ତି। ସେମାନେ କ’ଣ ବିରୋଧୀ ନେତାମାନଙ୍କ ସହ କଥାବାର୍ତ୍ତା କରି ପାରିବେ ନାହିଁ? ସେମାନଙ୍କୁ ଗଠନମୂଳକ ଓ ସକାରାତ୍ମକ ପ୍ରସ୍ତାବ ଦେବା ଭଳି ବିରୋଧୀ ନେତା ନ ଥିବା ପରି ମୋର ମନେହୁଏ ନାହିଁ। ଗଣତନ୍ତ୍ରରେ ସଙ୍କଟ ସମୟରେ ଆଲୋଚନା ହିଁ ଏକମାତ୍ର ପନ୍ଥା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/04/Political-Leaders-Are-Jocking-While-People-Suffering-For-Oxygen_Thumbnail.jpg)