‘ସେମାନେ କହୁଥିଲେ ଚୌକିଦାର ଚୋର୍ ହୈ, କିନ୍ତୁ ଦେଖନ୍ତୁ ଟଙ୍କା କେଉଁଠୁ ମିଳିଲା ’ : ମୁଖ୍ୟମନ୍ତ୍ରୀ କମଲ ନାଥଙ୍କ ସହଯୋଗୀଙ୍କ ଘରେ ଚଢ଼ାଉକୁ ନେଇ ଏଭଳି ମତ ରଖିଲେ ମୋଦୀ
ମୁମ୍ବାଇ : ମଙ୍ଗଳବାର କଂଗ୍ରେସକୁ ସମାଲୋଚନା କରିବାକୁ ଯାଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଇଥିବା ବୟାନ ଏବେ ଚର୍ଚ୍ଚାର ବିଷୟ ପାଲଟଛି । ମଧ୍ୟପ୍ରଦେଶର ମୁଖ୍ୟମନ୍ତ୍ରୀ କମଲ ନାଥଙ୍କ ଅତି ବିଶ୍ୱସ୍ତ ସହଯୋଗୀଙ୍କ ଘରେ ଆୟକର ବିଭାଗ ଚଢ଼ାଉ କରିବାକୁ ନେଇ ମୋଦୀଜୀ ବିପକ୍ଷ ଦଳକୁ କଟାକ୍ଷ କରିଛନ୍ତି । “ପ୍ରାୟ ୬ମାସ ହେଲାଣି ସେମାନେ କହି ଆସୁଛନ୍ତି, ‘ଚୌକିଦାର ଚୋର୍ ହୈ’ । କିନ୍ତୁ ଏବେ ଦେଖନ୍ତୁ ଟଙ୍କା କେଉଁଠୁ ବାହାରିଲା । ଚୌକିଦାରକୁ କିଏ ଡ଼ରୁଛି? ଯଦି ଏତେ ପରିମାଣର ଟଙ୍କା ଜବତ କରାଯାଉଛି, ତେବେ ସେମାନେ ଚୌକିଦାରକୁ ଗାଳି ଦେବା ବା ଅପମାନ କରି ଚୌକିଦାର ଚୋର୍ ହୈ ଅଭିଯାନ ଆରମ୍ଭ କରିବା ସ୍ୱାଭବିକ କଥା । ଟଙ୍କା ଜବତ ହେବା ପରେ ପ୍ରକୃତରେ ଚୋର କିଏ, ତାହା ସାମ୍ନାକୁ ଆସି ଯାଇଛି” ବୋଲି କହିଥିଲେ ମୋଦୀଜୀ ।
Sambad is now on WhatsApp
Join and get latest news updates delivered to you via WhatsApp
ସୂଚନା ମୁତାବକ, ୬ମାସ ତଳେ ରାଫେଲ ଡିଲକୁ ନେଇ କଂଗ୍ରେସ ମୋଦୀଙ୍କୁ ଟାର୍ଗେଟ କରି ‘ଚୌକିଦାର ଚୋର୍ ହୈ’ ଅଭିଯାନ ଆରମ୍ଭ କରିଥିଲେ । ଏବେ କଂଗ୍ରେସର ସେହି ଅଭିଯାନକୁ ସମାଲୋଚନା କରି ଏଭଳି ମତ ରଖିଛନ୍ତି ମୋଦୀ । କମଲ ନାଥଙ୍କ ବିଶ୍ୱସ୍ତ ସହଯୋଗୀଙ୍କ ଘରେ ଚଢ଼ାଉ କରାଯାଇ ୨୮୧କୋଟି ଟଙ୍କା ଜବତ ହେବା ପରେ କଂଗ୍ରେସକୁ ଟାର୍ଗେଟ କରିଛନ୍ତି ମୋଦୀ ।