ବିବାହ ବିଚ୍ଛେଦ ପରେ ଅନୈତିକ ସଂପର୍କ ଓ ଗର୍ଭପାତ ନେଇ ହେଉଥିବା ଅପପ୍ରଚାର ପାଇଁ ମୁହଁ ଖୋଲିଲେ ସାମନ୍ଥା, କଲେ ଏଭଳି ଅନୁରୋଧ

ନୂଆଦିଲ୍ଲୀ: ଗୁଜବ ପ୍ରଚାରକୁ ନେଇ ମୁଁହ ଖୋଲିଲେ ତେଲୁଗୁ ଅଭିନେତ୍ରୀ ସାମନ୍ଥା ରୁଥ ପ୍ରଭୁ । କିଛିଦିନ ତଳେ ଅଭିନେତ୍ରୀ ସ୍ବାମୀ ନାଗା ଚୈତନ୍ୟଙ୍କଠାରୁ ନିଜର ବିବାହ ବିଚ୍ଛେଦ କରିଥିଲେ । ଏହାପରେ ଉଭୟଙ୍କ ବିବାହ ବିଚ୍ଛେଦକୁ ନେଇ ନାନା ମତ ସାମାଜିକ ଗଣମାଧ୍ୟମରେ ଘୁରି ବୁଲିଥିଲା । ଯାହାକୁ ନେଇ ଏବେ ସାମନ୍ଥା ଏକ ଲମ୍ବା ନୋଟ ଜରିଆରେ ପ୍ରତିକ୍ରିୟା ରଖିଛନ୍ତି । ନିଜ ଇଷ୍ଟାଗ୍ରାମରେ ପୋଷ୍ଟ ସେୟାର କରି ତାଙ୍କ ବିରୋଧରେ ଅନୈତିକ ସଂପର୍କ, ଗର୍ଭପାତ କରିଥିବା ନେଇ ଆସୁଥିବା ଗୁଜବକୁ ସମ୍ପୁର୍ଣ୍ଣ ଖଣ୍ଡନ କରିଛନ୍ତି ସାମନ୍ଥା ।

6675stdo

ଏହାସହ ଏ ଅସମୟରେ ତାଙ୍କୁ ସମର୍ଥନ କରିଥିବା ତାଙ୍କ ପ୍ରଶଂସକମାନଙ୍କୁ ମଧ୍ୟ ଧନ୍ୟବାଦ ଜଣାଇଛନ୍ତି । ସାମନ୍ଥା ଆହୁରି ମଧ୍ୟ କହିଛନ୍ତି ଯେ, ବିବାହ ବିଚ୍ଛେଦ ଏକ କଷ୍ଟଦାୟକ ନିଷ୍ପତ୍ତି । ଆଉ ଏହି ଦୁଃଖକୁ ମତେ ଏକା ହିଁ ସହିବାକୁ ପଡିବ । ଦୟାକରି ମୋ ବିଷୟରେ କିଛି ଅପପ୍ରଚାର କରନାହିଁ ବୋଲି ଅନୁରୋଧ କରିଛନ୍ତି ସାମନ୍ଥା । ସାମନ୍ଥା ଓ ନାଗାଚୈତନ୍ୟ ନିଜ ୪ବର୍ଷର ବିବାହକୁ ନିକଟରେ ଭାଙ୍ଗି ଦେଇଥିଲେ । ପରସ୍ପରଠାରୁ ଅଲଗା ହେଉଥିବା ଖବର ସେ ଇନଷ୍ଟ‌ାଗ୍ରାମ ପୋଷ୍ଟ ଜରିଆରେ ସେୟୟାର କରିଥିଲେ।

ସମ୍ବନ୍ଧିତ ଖବର