ପ୍ରତିବର୍ଷ କେରଳରେ ପ୍ରାୟ ୬୦୦ହାତୀଙ୍କୁ ହତ୍ୟା କରାଯାଏ, ବନ ବିଭାଗ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରେ ନାହିଁ: ମେନକା ଗାନ୍ଧୀ

ନୂଆଦିଲ୍ଲୀ: କିଛି ଦିନ ତଳେ କେରଳରେ ଏକ ଗର୍ଭିଣୀ ହାତୀ ମୃତ୍ୟବରଣ କରିଥିଲା | ବିସ୍ଫୋରକ ଭର୍ତିଥିବା ସପୁରି ଖାଇ ହାତୀଟି ପ୍ରଥମେ ଅସୁସ୍ଥ ହେବ ସହ ପରେ ମୃତ୍ୟୁବରଣ କରିଥିଲା | ତେବେ ହାତୀ ଓ ତା ପେଟ ଭିତରେ ଥିବା ଛୁଆକୁ ନ୍ୟାୟ ଦେବା ପାଇଁ ଏବେ ସାରା ଦେଶ ଦାବି କରୁଥିବା ବେଳେ ବିଜେପି ସାଂସଦ ତଥା ପଶୁ ଅଧିକାର କର୍ମୀ ମେନକା ଗାନ୍ଧୀ ନିଜର ବୟାନ ରଖିଛନ୍ତି | ତାଙ୍କ କହିବା ମୁତାବକ ଏହା ପ୍ରଥମ ନୁହେଁ, କେରଳରେ ପ୍ରତିବର୍ଷ ୬୦୦ ହାତୀ ମୃତ୍ୟୁବରଣ କରନ୍ତି ବା ତାଙ୍କୁ ମାରିଦିଆଯାଇଥାଏ | ସରକାର ସବୁ ଜାଣି ବି ଚୁ ରହିଥାନ୍ତି ସେମାନେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତି ନାହିଁ | ତାଙ୍କର ଏଭଳି ବୟାନ ଆସିବା ପରେ ଏହାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି |

Malappuram India's most violent district, why is Rahul Gandhi ...
The Week

ସେ ଆହୁରି ମଧ୍ୟ କହିଛନ୍ତି ଯେ, ସେ ପ୍ରାୟ ପ୍ରତି ସପ୍ତାହରେ କେରଳ ବନ ବିଭାଗ ସହିତ ହାତୀର ମୃତ୍ୟୁ ବିଷୟରେ କଥାବାର୍ତ୍ତା କରନ୍ତି, କିନ୍ତୁ ବିଭାଗ କୌଣସି କାର୍ଯ୍ୟାନୁଷ୍ଠାନ କରୁନାହିଁ। କେରଳରେ ମନ୍ଦିରମାନଙ୍କରେ ହାତୀକୁ ପିଟି ପିଟି ହତ୍ୟା କରାଯିବ ସହ ଅନେକ ସମୟରେ ଖାଇବାକୁ ନଦେଇ ସେମାନଙ୍କୁ ହତ୍ୟା କରିଥାନ୍ତି | ଏଭଳି ଖବର ମୁଁ ପାଇ କେରଳ ବନ ବିଭାଗକୁ ଅଭିଯୋଗ କରିଥିଲେ ମଧ୍ୟ ସେମାନେ ଅଭିଯୋଗକୁ ଅଣଦେଖା କରିଦେଇଥାନ୍ତି |

ସମ୍ବନ୍ଧିତ ଖବର