ଶ୍ରୀକାକୁଲମ: କଥାରେ ଅଛି ଯିଏ‌ ଯେମିତି କର୍ମ କରେ, ତାକୁ ସେମିତି ଫଳ ଭୋଗିିବାକୁ ପ‌ଡ଼େ। ଏହାର ଅନେକ ଉଦାହରଣ ଆମେ ଦେଖିଛେ। ଆନ୍ଧ୍ରପ୍ରଦେଶରେ ଏବେ ‌ଏଭଳି ଏକ ଘଟଣା ଘଟିଛି, ଯାହାକୁ ନେଇ ସୋସିଆଲ ମିଡିଆରେ ଚର୍ଚ୍ଚା ଆରମ୍ଭ ହୋଇଯାଇଛି। ଚୋରକୁ ନିଜ କର୍ମର ଫଳ ଭଗବାନ ସଙ୍ଗେ ସଙ୍ଗେ ଦେଇଥିବା ଦେଖାଯାଇଛି। ମନ୍ଦିରର କାନ୍ଥ ତାଡ଼ି ସୁନା ଚୋରି କରିବା ପାଇଁ ଆସିଥିଲା ଚୋର। ହେଲେ ଖୋଳିଥିବା ଗାତ ଦେଇ ବାହାରକୁ ଯିବା ବେଳେ ଅଧାରେ ଫସିଯାଇଥିଲା।

Advertisment

ଚୋର କାନ୍ଥ ମଝିରେ ଫସିଥିବାର ଫଟୋ ଏବେ ଭାଇରାଲ ହେଉଥିବା ବେଳେ ଭଗବାନ ଉଚିତ୍ ଦଣ୍ଡ ଦେଇଛନ୍ତି ବୋଲି ଲୋକେ କହିବା ଆରମ୍ଭ କରିଛନ୍ତି। ସାହାଯ୍ୟ ପାଇଁ ପାଟି କରି ଡାକିବା ପରେ ଚୋରଟି ପୁଲିସ ହାତରେ ଧରାପଡ଼ିବା ସହ ଚୋରି କରିଥିବା ଅଳଙ୍କାର ଜବତ କରଯାଇଛି। ଅଭିଯୁକ୍ତର ନାଁ ପାପା ରାଓ ବୋଲି ଜଣାପଡ଼ିଛି।

ସୂଚନା ମୁତାବକ, ପାପା ରାଓ ଶ୍ରୀକାକୁଲମରେ ଥିବା ଜାମି ୟେଲ୍ଲାମ୍ମା ମନ୍ଦିରକୁ ଚୋରି କରିବା ପାଇଁ ଆସିଥିଲା। ମନ୍ଦିରର କାନ୍ଥ ତାଡ଼ି ସେ ଭିତରକୁ ଯିବା ସହ ଅଳଙ୍କାର ଧରି ବାହାରକୁ ଆସିବା ବେଳେ ଗାତରେ ଫସିଯାଇଥିଲା। ଯେତେ ବାହାରିବାକୁ ଚେଷ୍ଟା କରି ମଧ୍ୟ ବାହାରି ନପାରିବାରୁ ସେ ପାଟି କରି ଗାଁ ଲୋକଙ୍କୁ ସାହାଯ୍ୟ ମାଗିଥିଲା। ପାପା ରାଓର ପାଟି ଶୁଣି ଲୋକେ ‌ସେଠାକୁ ଆସି ତାକୁ ଗାତ ଭିତରୁ ବାହାରକୁ ଆଣିଥିଲେ। ହେଲେ ପରେ ସେ ଅଳଙ୍କାର ଚୋରି କରିଥିବା ଜ‌ାଣି ପୁଲିସ ଜିମା ଦେଇଥିବା ଜଣାପଡ଼ିଛି।