ଭୋପାଳ: ପ୍ରଥମେ ଚୋରି କଲା, ଆଉ ଏବେ ଚୋରି କରିଥିବା ସାମଗ୍ରୀ ମନ୍ଦିରକୁ ଫେରାଇଲା | ମଧ୍ୟପ୍ରଦେଶର ବାଲାଘାଟରେ ଏଭଳି ଏକ ଆଶ୍ଚର୍ଯ୍ୟଜନକ ମାମଲା ସାମ୍ନାକୁ ଆସିଛି | ମିଳିଥିବା ସୂଚନା ମୁତାବକ ଅକ୍ଟୋବର ୨୪ରେ ମଧ୍ୟପ୍ରଦେଶର ବାଲାଘାଟର ଏକ ମନ୍ଦିରରେ ଏହି ଚୋରି ହୋଇଥିଲା। ଚୋର ଜୈନ ମନ୍ଦିରର ଅନେକ ମୂଲ୍ୟବାନ ସାମଗ୍ରୀ ଚୋରି କରିଥିଲା । ତେବେ ଏନେଇ ପୁଲିସ ଏବେ ଅନୁସନ୍ଧାନ କରୁଥିବାବେଳେ ଗତକାଲି ରାତିରେ ମନ୍ଦିର ବାହାରେ ଏସବୁ ଚୋରି ସାମଗ୍ରୀ ଦେଖିବାକୁ ମିଳିଥିଲା ଓ ଏକ ଚିଠି ମିଳିଥିଲା | ମୂଲ୍ୟବାନ ସାମଗ୍ରୀ ଫେରାଇବା ସହିତ ଚୋର ଏକ ଚିଠି ମଧ୍ୟ ଲେଖିଛି । ଚୋରର ଚିଠି ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

Advertisment

ଏହି ଚିଠି ସହିତ ଚୋର ମନ୍ଦିରରୁ ଚୋରି କରିଥିବା ୯ଟି ରୂପା ଛତା ଏବଂ ଏକ ସୁନା ଛତା ମଧ୍ୟ ଫେରାଇଦେଇଛି । ଚୋର ଚିଠିରେ ଲେଖିଛି ଯେ 'ମୁଁ କରିଥିବା ଭୁଲକୁ କ୍ଷମା କର। ମୁଁ ଏହି ସାମଗ୍ରୀ ନେଇ ବହୁତ କଷ୍ଟ ପାଇଛି ତେଣୁ ମୁଁ ଏହି ସାମଗ୍ରୀକୁ ଫେରାଇ ଦେଉଛି | ' ଚୋର ଚିଠିରେ ଅନୁରୋଧ କରିଛି ଯେ 'ଯିଏ ଏହି ଜିନିଷ ପାଇବ, ଏହାକୁ ଜୈନ ମନ୍ଦିରକୁ ଦେଇଦିଅନ୍ତୁ | ଚୋର ନିଜ ବିଷୟରେ କିଛି ପ୍ରକାଶ କରି ନାହିଁ। ଚୋରର ଏହି ଚିଠି ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଚୋର ଲକ୍ଷ ଲକ୍ଷ ଟଙ୍କା ମୂଲ୍ୟର ସାମଗ୍ରୀ ଫେରସ୍ତ କରିଛି। ପୁଲିସ କହିଛି ଯେ ଚୋରକୁ ଏବେ ଖୋଜା ଚାଲିଛି। ଉଲ୍ଲେଖ ଥାଉ କି ଅକ୍ଟୋବର ୨୪ରେ ମଧ୍ୟପ୍ରଦେଶର ବାଲାଘାଟର ଜୈନ ମନ୍ଦିରରେ ଏକ ଚୋରି ହୋଇଥିଲା। ଚୋର ଲକ୍ଷ ଲକ୍ଷ ଟଙ୍କା ମୂଲ୍ୟର ସାମଗ୍ରୀ ଚୋରି କରିଥିଲା।ମିଳିଥିବା ସୂଚନା ଅନୁଯାୟୀ, ଚୋର ଜୈନ ମନ୍ଦିର ପାର୍ଶ୍ୱରେ ଅବସ୍ଥିତ ପଞ୍ଚାୟତ ବିଲଡିଂ ନିକଟରେ ଚୋରି ସାମଗ୍ରୀ ଫେରାଇ ପଳାଇଯାଇଛି | ଚୋରର ଏହି କାମ ଦେଖି ଆଖପାଖର ଲୋକମାନେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି |