ଚୋରଙ୍କ କବଳରୁ ବର୍ତ୍ତିପାରିଲେନି ହିନ୍ଦୀ କବି କୁମାର ବିଶ୍ୱାସ, ଘର ସାମନାରୁ ଗାଡ଼ି ଗାଏବ

ଗାଜିୟାଵାଦ: ଚୋରଙ୍କ କବଳରୁ ବର୍ତ୍ତିପାରିନାହାନ୍ତି ଜଣାଶୁଣା  ହିନ୍ଦୀ  କବି  ତଥା ଆମ ଆଦମୀ ପାର୍ଟିର ପୂର୍ବତନ ନେତା କୁମାର ବିଶ୍ୱାସ | କୁମାରଙ୍କ ବିଳାସମୟ ଗାଡିକୁ ଚୋରମାନେ ତାଙ୍କ ଘର ସାମ୍ନାରୁ ଚୋରି କରି ନେଇଯାଇଛନ୍ତି | ଗାଜିୟାଵାଦର ଇନ୍ଦିରାପୁରମ ସ୍ଥିତ ବାସଭବନ ବାହାରେ କୁମାରଙ୍କର ଟୟୋଟା ଫର୍ଚୁନର ଗାଡି ଶୁକ୍ରବାରଦିନ ଚୋରୀ ହୋଇଯାଇଛି | ଏହି ଘଟଣା ଜଣାପଡଡ଼ିବା ପରେ ପୁଲିସ ମାମଲା ରୁଜୁ କରି  ଅନୁସନ୍ଧାନ ଚଳାଇଛି | କୁମାର ବିଶ୍ୱାସଙ୍କ ମ୍ୟାନେଜର ପୁଲିସକୁ ଏ ବାବଦରେ ସୂଚନା ଦେବା ପରେ ପୁଲିସ ସ୍ୱତନ୍ତ୍ର ଟିମ ଗଠନ କରିଛି |

Photo-Patrika

ଏହା ସହ କୁମାର ବିଶ୍ୱାସଙ୍କ ଘର ସାମ୍ନାରେ ଲାଗିଥିବା ସିସିଟିଭି କ୍ୟାମେରାକୁ ମଧ୍ୟ ଯାଞ୍ଚ କରାଯାଉଛି | ଉତ୍ତରପ୍ରଦେଶର ବିଭିନ୍ନ ସ୍ଥାନରେ ପୁଲିସ ପକ୍ଷରୁ ଗାଡି ଯାଞ୍ଚ କରାଯାଉଥିଲେ ବି ଏ ପର୍ଯ୍ୟନ୍ତ ଚୋରି ହୋଇଥିବା ଗାଡିର ସୁରାକ ମିଳିପାରିନାହିଁ | ଏଠାରେ ସୂଚନା ଥାଉ କି ବର୍ଷେ ତଳେ କୁମାର ଆମ ଆଦମୀ ପାର୍ଟିରେ ସକ୍ରିୟ ଥିଲେ |

କିନ୍ତୁ ଦଳରେ ଚାଲିଥିବା ବିବାଦ କାରଣରୁ କୁମାର ନିଜକୁ ଦୁରେଇ ରଖିଥିଲେ | ଏବେ କୁମାର ବିଶ୍ୱାସ ଦେଶ ବିଦେଶରେ କବିତାପାଠ କରୁଥିବାବେଳେ ବିଭିନ୍ନ ସାମାଜିକ ପ୍ରସଙ୍ଗରେ ରାଜ୍ୟ ସରକାର ଓ କେନ୍ଦ୍ର ସରକାରଙ୍କୁ ମଧ୍ୟ ଘେରିଥାନ୍ତି | ପୁଲବାମା ଆକ୍ରମଣକୁ ନେଇ ଯେତେବେଳେ କେଜ୍ରିୱାଲ ପ୍ରଶ୍ନ ଉଠାଇଥିଲେ ସେତେବେଳେ ବି କୁମାର କେଜ୍ରିୱାଲଙ୍କୁ ବିରୋଧ କରିଥିଲେ |

ସମ୍ବନ୍ଧିତ ଖବର