ଲିମା: ଆପଣ ତ ଅନେକ ସମୟରେ ଟିଭି ପରଦାରେ ଚୋରିର ଅନେକ ଭିଡିଓ ଦେଖିଥିବେ | ସେହିପରି ସିସିଟିଭିରେ ରେକର୍ଡ ହୋଇଥିବା ଅନେକ ଚୋରି ଘଟଣାର ଫୁଟେଜ ମଧ୍ୟ ଦେଖିଥିବେ | ତେବେ ଆଜି ଆମେ ଏମିତି ଏକ ଚୋରି ବାବଦରେ କହିବୁ ଯାହାକୁ ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ | ବାସ୍ତବରେ ପେରୁର ହୁଆଙ୍କାୟୋ ସହରର ଏକ ଜୋତା ଦୋକାନରୁ ତିନିଜଣ ଚୋର ମିଶି ପ୍ରାୟ ୨୦୦ ଜୋତା ଚୋରି କରିଥିଲେ | ବିଶେଷ କଥା ହେଉଛି ଚୋରମାନେ ଚୋରି କରିଥିବା ସମସ୍ତ ଜୋତା ଡାହାଣ ପାଦର ଥିଲା। ପୁଲିସର ସୂଚନାନୁସାରେ, ଚୋରମାନେ ଚୋରି କରିଥିବା ୨୦୦ ଜୋତାର ମୂଲ୍ୟ ପ୍ରାୟ ୧୩୦୦୦ ଡଲାର ହୋଇଥିବାବେଳେ ପୁଲିସ କହିଛି ଯେ ଚୋରି ହୋଇଥିବା ଜୋତା ବିକ୍ରୟ ପାଇଁ ଚୋରମାନେ ଏବେ ଯୋଜନା କରୁଥିବେ |

Advertisment

ଏହା ଛଡା ଚୋରମାନେ ଚୋରି କରିବାର କିଛି ସମୟ ପରେ ସେମାନଙ୍କର ଭୁଲ ବିଷୟରେ ଜାଣିବାକୁ ପାଇଥିବେ | ଏହି ଘଟଣା ସମ୍ପର୍କରେ ସ୍ଥାନୀୟ ପୁଲିସ ପକ୍ଷରୁ କୁହାଯାଇଛି ଯେ ସିସିଟିଭି ଫୁଟେଜ ଏବଂ ଫିଙ୍ଗର ପ୍ରିଣ୍ଟ ଆଧାରରେ ଆମେ ଏବେ ତଦନ୍ତ କରୁଛୁ | ତେବେ ଯେଉଁ ଦୋକାନରେ ଚୋରି ହୋଇଥିଲା ସେହି ଦୋକାନୀ ଗଣମାଧ୍ୟମକୁ କହିଛନ୍ତି ଯେ ଚୋରମାନେ ଥାକରେ ଥିବା ସମସ୍ତ ଜୋତା ଚୋରି କରିଛନ୍ତି। ଆମେ କେବଳ ଡାହାଣ ପାଦର ଜୋତାକୁ ଥାକରେ ଦେଖାଇବା ପାଇଁ ରଖୁ | ଏଭଳି ପରିସ୍ଥିତିରେ ଚୋରମାନେ କୌଣସି ଲାଭ ପାଇବେ ନାହିଁ। ତେବେ ଚୋରମାନେ କାହିଁକି ଏମିତି ଚୋରି କଲେ ତାହା ବୁଝାପଡୁନାହିଁ ବୋଲି ଦୋକାନୀ ଜଣକ କହିଛନ୍ତି |