ଜିନ୍ଦ୍‌ ହସ୍ପିଟାଲ୍‌ରୁ ୧,୭୧୦ ଡୋଜ୍‌ କୋଭିଡ୍‌ ଟିକା ଚୋରାଇନେଲେ ଦୁର୍ବୃତ୍ତ

ଚଣ୍ଡିଗଡ଼: ହରିୟାଣା ଅନ୍ତର୍ଗତ ଜିନ୍ଦ୍‌ର ‘ପି. ପି. ସେଣ୍ଟର୍‌ ଜେନେରାଲ୍‌ ହସ୍ପିଟାଲ୍‌’ର ଷ୍ଟୋର୍‌ ରୁମ୍‌ରୁ ଅଜ୍ଞାନ୍ତ ଦୁର୍ବୃତ୍ତମାନେ ପ୍ରାୟ ୧,୭୧୦ ଡୋଜ୍‌ ‘କୋଭାକ୍ସିନ୍‌’ ଏବଂ ‘କୋଭିସିଲ୍‌ଡ୍‌’ ଟିକା ଚୋରାଇ ନେଇଛନ୍ତି। ଫଳରେ ସେ ଜିଲ୍ଲାରେ ଏହିକ୍ଷଣି ଆଉ କୋଭିଡ୍‌-୧୯ ଟିକା ନାହିଁ।

Image Courtesy of India Today

ଚୋରମାନେ ଷ୍ଟୋର୍‌ରୁମ୍‌ରୁ ଟିକା ବ୍ୟତୀତ ଅନ୍ୟ କୌଣସି ଔଷଧ କିଂବା ନଗଦ ଟଙ୍କା ନେଇ ନାହାନ୍ତି। ଅଜ୍ଞାନ୍ତ ଅଭିଯୁକ୍ତମାନେ କେବଳ ଟିକା ନେବା ଉଦ୍ଦେଶ୍ୟରେ ହିଁ ଆସିଥିଲେ।

ପୁଲିସ ଏହି ଅଜ୍ଞାତ ଅଭିଯୁକ୍ତମାନଙ୍କ ବିରୋଧରେ ମାମଲା ରୁଜୁ କରିଛି।

Image Courtesy of India Today

ହସ୍ପିଟାଲ୍‌ କର୍ତ୍ତୃପକ୍ଷମାନେ ଷ୍ଟୋର୍‌ରୁମ୍‌ ନିକଟରେ କୌଣସି ‘ସିସିଟିଭି’ କ୍ୟାମେରା ଲଗାଇ ନ ଥିଲେ କି, ଟିକା ଚୋରି ରୋକିବାକୁ କୌଣସି ପ୍ରହରୀ ମୁତୟନ କରି ନ ଥିଲେ।

କୋଭିଡ୍‌-୧୯ ଟିକା ନଷ୍ଟ କରିବାରେ ଦେଶରେ ଦ୍ୱିତୀୟ ରାଜ୍ୟ ହେଉଛି ହରିୟାଣା। ଏହି କ୍ରମରେ ପଞ୍ଜାବର ସ୍ଥାନ ତୃତୀୟରେ ରହିଛି।

ସମ୍ବନ୍ଧିତ ଖବର