କେବଳ ଟଙ୍କା ନୁହେଁ, ଏଟିଏମକୁ ବି ଲୁଟି ନେଲେ

ଶ୍ରୀନଗର : ସବୁବେଳେ ଅଶାନ୍ତ ରହୁଥିବା ରାଜ୍ୟ ଜାମ୍ମୁ ଓ କାଶ୍ମୀରରେ ଆତଙ୍କବାଦୀମାନେ ନିଜର ଅର୍ଥ ଅଭାବ ପୂରଣ କରିବାକୁ ବିଭିନ୍ନ ସମୟରେ ବ୍ୟାଙ୍କ ଡକାୟତି ଅଥବା ଏଟିଏମ୍‌ ଭ୍ୟାନ ଲୁଟ କରିବା ଏକ ସାଧାରଣ ଘଟଣା ହୋଇଗଲାଣି । କିନ୍ତୁ ସମୁଦାୟ ଏଟିଏମ ମେସିନଟିକୁ ଚୋରୀ କରିନେବା ସେଠାରେ ମଧ୍ୟ ବିରଳ ଘଟଣା ।

ଏପରି ଏକ ଘଟଣା ଘଟିଛି ଦକ୍ଷିଣ କଶ୍ମୀରର ବିଜବିହାରା ଟାଉନରେ । ସେଠାରେ ଥିବା ଏସବିଆଇର ଏକ ଏଟିଏମରୁ କେତେକ ବ୍ୟକ୍ତି ଟଙ୍କା ସମେତ ସମୁଦାୟ ଏଟିଏମ ମେସିନକୁ ଲୁଟି ନେଇଛନ୍ତି । ଏ ନେଇ ପୁଲିସ୍‌ ଏକ ଏଫଆଇଆର ରୁଜ୍ଜୁ କରି ତଦନ୍ତ ଚଳାଇଛି । ତେବେ ଉକ୍ତ ଏଟିଏମରେ ସମୁଦାୟ କେତେ ଟଙ୍କା ଥିଲା ତାହା ଏପର୍ଯ୍ୟନ୍ତ ଜଣାପଡିନାହିଁ । ଏହା ଆତଙ୍କବାଦୀଙ୍କ କାର୍ଯ୍ୟ ବୋଲି ପୁଲିସ ସଂଦେହ କରୁଛି । କାରଣ ଏବେ ପାକିସ୍ତାନରୁ ଟଙ୍କା ଆସିବା କମିଯାଇଥିବାରୁ ଆତଙ୍କବାଦୀମାନଙ୍କୁ ସ୍ଥାନୀୟଭାବେ ପାଣ୍ଠି ସଂଗ୍ରହ କରିବାକୁ କୁହାଯାଇଛି ।
ଚଳିତ ବର୍ଷ ମାର୍ଚ୍ଚ ମାସରେ ମଧ୍ୟ ଏକ ସମାନ ଘଟଣା ଅନନ୍ତନାଗ ଜିଲ୍ଲାରେ ଘଟିଥିଲା । ସେତେବେଳେ ଏସବିଆଇ ଏଟିଏମ ମେସିନକୁ କେତେକ ବ୍ୟକ୍ତି ଲୁଟ କରିନେଇଥିଲେ ।

ସମ୍ବନ୍ଧିତ ଖବର