ବୈଜ୍ଞାନିକ ପ୍ରସ୍ତୁତ କଲେ ବିଶ୍ୱର ସବୁଠାରୁ ପତଳା ସୁନା

ଲଣ୍ଡନ: ଲୀଡ୍ସ ବିଶ୍ୱବିଦ୍ୟାଳୟର ବୈଜ୍ଞାନିକମାନେ ଦୁନିଆର ସବୁଠାରୁ ପତଳା ସୁନା ପ୍ରସ୍ତୁତ କରିଛନ୍ତି | ଏହାର ମୋଟେଇ ଦୁଇଟି ଅଣୁ ସହ ସମାନ ବୋଲି ଜଣାପଡିଛି | ଅର୍ଥାତ ଏହି ସୁନା ଆମ ନଖର ମୋଟେଇଠାରୁ ୧୦ ଲକ୍ଷ ଗୁଣ କମ ମୋଟେଇ ବୋଲି ଜଣାପଡିଛି | ଏହି ସୁନା ଚିକିତ୍ସା ସହ ଔଦୋଗିକ କ୍ଷେତ୍ରରେ ବ୍ୟବହାର କରାଯାଇପାରିବ | ଏହି ସୁନାର ମୋଟେଇ ୦.୪୭ ନାନୋମିଟର ବୋଲି ଲୀଡ୍ସ ବିଶ୍ୱବିଦ୍ୟାଳୟର ବୈଜ୍ଞାନିକମାନେ କହିଛନ୍ତି | ବୈଜ୍ଞାନିକଙ୍କ କହିବା କଥା ଏହା ଏକ ବଡ ଉପଲବ୍ଧି |

ଭବିଷ୍ୟତରେ ଟୁ-ଡି ଧାତୁକୁ ବିକଶିତ କରିବାରେ ଏହି ପ୍ରକ୍ରିୟା ସାହାଯ୍ୟ କରିବ | ବଡ କଥା ଯେ ଚିକିତ୍ସା କ୍ଷେତ୍ରରେ ଏହି ସୁନାକୁ ବ୍ୟବହାର କରାଯାଇପାରିବ | ସେହିପରି ପତଳା ସୁନାରୁ କୁତ୍ରିମ ଏଞ୍ଜାଇମ କରାଯାଇପାରିବ |

ଏହି କୁତ୍ରିମ ଏଞ୍ଜାଇମ ରୋଗ ଚିହ୍ନଟ ସହ ପାଣି ସଫା କରିବାରେ ବ୍ୟବହାର କରାଯାଇପାରିବ | କାରଣ ସୁନାରେ ଅଣୁ ଉତ୍ପେରକ ଗୁଣ ଥିବାରୁ ଚିକିତ୍ସା ଉପକରଣ ନିର୍ମାଣ ପାଇଁ ଅନ୍ୟ ଧାତୁ ଅପେକ୍ଷା ପତଳା ସୁନା ବ୍ୟବହାର କରାଯାଇପାରିବ |

ସମ୍ବନ୍ଧିତ ଖବର