ନୂଆଦିଲ୍ଲୀ: ଓମିକ୍ରନକୁ ହରାଇବା ସହ ଟିକା ପ୍ରଭାବକୁ ୮୮%କୁ ବୃଦ୍ଧି କରିବ ତୃତୀୟ ଡୋଜ। ସାରା ବିଶ୍ବ ଏବେ କରୋନାର ନୂଆ ଭାରିଆଣ୍ଟ ଓମିକ୍ରନ ପାଇଁ ଚିନ୍ତାରେ ରହିଥିବା ବେଳେ ବ୍ରିଟେନରେ କରାଯାଇଥିବା ଅଧ୍ୟୟନ ଏକ ନୂଆ ଆଶା ଆଣିଛି। ଓମିକ୍ରନକୁ ହରାଇବା ସହ ପୂର୍ବରୁ ନେଇଥିବା ଟିକାର ପ୍ରଭାବକୁ ୮୮%କୁ ତୃତୀୟ ଡୋଜ ବୃଦ୍ଧି କରିବ ବୋଲି ଅଧ୍ୟୟନରୁ ଜଣାପଡ଼ିିଛି। ଅନେକ ଦେଶରେ ଏବେ ତୃୃତୀୟ ଡୋଜ ବା ବୁଷ୍ଟର ଡୋଜ ଦିଆଯିବା ଆରମ୍ଭ ହୋଇଥିବା ବେଳେ ଏହା କେତେ ଦୂର ପ୍ରଭାବୀ, ସେ ନେଇ ଏବେ ଅନେକ ଗବେଷଣା କରାଯାାଉଛି।
That's a big boost of protection for 3rd dose vaccine vs hospitalization from Omicron infectionhttps://t.co/gVl5c5o9nl
Vaccine effectiveness increased from 52% (due to 2-dose waning after 6 months) to 88% after the 3rd dose pic.twitter.com/c63Mpx8ClA— Eric Topol (@EricTopol) January 2, 2022
ଏମଧ୍ୟରେ ବ୍ରିଟେନରେ କରାଯାଇଥିବା ଅଧ୍ୟୟନରୁ ଏହା ସ୍ପଷ୍ଟ ହୋଇଛି ଯେ, ଦୁଇଟି ଡୋଜ ନେଇଥିବା ଲୋକେ ଯଦି ବୁଷ୍ଟର ଡୋଜ ନିଅନ୍ତି, ତେବେ ଟିକା ପ୍ରଭାବ ୮୮%କୁ ବୃଦ୍ଧି ପାଇବ। କରାଯାଇଥିବା ଅଧ୍ୟୟନ ବିଷୟୟରେ କହିବାକୁ ଯାଇ ଡାକ୍ତର ଏରିକ୍ ଟୋପୋଲ କହିଛନ୍ତି, କରୋନା ଟିକାର ଦ୍ବିତୀୟ ଡୋଜ ନେବାର ପ୍ରାୟ ୬ ମାସ ପରେ ଓମିକ୍ରନ ବିରୋଧରେ ଟିକାର ପ୍ରଭାବ ୫୨% କୁ ଖସି ଆସୁଛି। ଏକ୍ଷେତ୍ରରେ ଏକ ତୃତୀୟ କିମ୍ବା ବୁଷ୍ଟର୍ ଡୋଜ୍ ରୋଗ ପ୍ରତିରୋଧକ କ୍ଷମତାକୁ ବଢ଼ାଉଥିବା ଦେଖାଯାଇଛି ଏବଂ ଓମିକ୍ରନ ଦ୍ବାରା ଆକ୍ରାନ୍ତ ହୋଇ ଗୁରୁତର ହେବାର ସମ୍ଭାବନାକୁ ହ୍ରାସ କରୁଛି। ତୃତୀୟ ଡୋଜ ନେବା ପରେ ଟିକାର ପ୍ରଭାବ ୫୨ ପ୍ରତିଶତରୁ ୮୮% ପ୍ରତିଶତକୁ ବୃଦ୍ଧି ପାଉଛି।