ଦାନା ବାନ୍ଧୁଛି କି ୩ୟ ସାମୁଖ୍ୟ ? ମମତା ଦିଦିଙ୍କୁ ଭେଟିଲେ ଅଖିଳେଶ, ୨୩ରେ ନବୀନ-ମମତା ସାକ୍ଷାତ

କୋଲକାତା : ୨୦୨୪ ସାଧାରଣ ନିର୍ବାଚନକୁ ଆଉ ଗୋଟିଏ ବର୍ଷ ରହିଥିବାବେଳେ ୩ୟ ସାମୁଖ୍ୟ ଗଠନ ପାଇଁ ଉଦ୍ୟମ ଆରମ୍ଭ ହୋଇଯାଇଛି । ଏହି ଉଦ୍ୟମରେ ସବୁଠାରୁ ସକ୍ରିୟ ରହିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ମମତା ଦିଦିଙ୍କୁ ଶୁକ୍ରବାରଦିନ ଭେଟିଛନ୍ତି ସପା ମୁଖ୍ୟ ଅଖିଳେଶ ଯାଦବ । ସେହିପରି ଆସନ୍ତା ୨୩ ତାରିଖରେ ସେ ଭୁବନେଶ୍ବର ଆସି ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି । ଏହି ସାକ୍ଷାତର ଏଜେଣ୍ଡା ଜଣାପଡ଼ିନଥିଲେ ବି ସେ ୩ୟ ସାମୁଖ୍ୟ ସଂପର୍କରେ ଆଲୋଚନା କରିପାରନ୍ତି ବୋଲି କୁହାଯାଉଛି ।

ଗୁରୁତ୍ବପୂର୍ଣ୍ଣ କଥା ହେଉଛି, କଂଗ୍ରେସ ବିନା ଅନେକ ବିରୋଧୀ ଦଳ ୨୦୨୪ରେ ମେଣ୍ଟ କରି ନିର୍ବାଚନ ଲଢ଼ିପାରନ୍ତି ବୋଲି ସଙ୍କେତ ଦେଉଛନ୍ତି ।

ସପା ମୁଖ୍ୟ ଅଖିଳେଶ ଯାଦବ ମଧ୍ୟ ସମାନ ସଙ୍କେତ ଦେଇଛନ୍ତି।  ମମତା ବାନାର୍ଜୀଙ୍କୁ ଭେଟିବା ପରେ ଅଖିଳେଶ ଯାଦବ କହିଛନ୍ତି ଯେ ସେ ଟିଏମସି ସହିତ ଅଛନ୍ତି, କଂଗ୍ରେସ ସହିତ ନୁହେଁ । ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବ ଏବେ କୋଲକାତାରେ ତାଙ୍କ ଦଳର ଦୁଇ ଦିନିଆ ରାଷ୍ଟ୍ରୀୟ କାର୍ଯ୍ୟକାରିଣୀର ଅଧ୍ୟକ୍ଷତା କରୁଛନ୍ତି। ଏଠାରେ ସେ କହିଛନ୍ତି ଯେ ୨୦୨୪ ଲୋକସଭା ନିର୍ବାଚନ ପୂର୍ବରୁ ଏକ ନୂଆ ମୋର୍ଚ୍ଚା ବା ମେଣ୍ଟ ସୃଷ୍ଟି ହେବ, ଯେଉଁଥିରେ କଂଗ୍ରେସ ରହିବ ନାହିଁ। ଆପଣ ଏହାକୁ ଏକ ମୋର୍ଚ୍ଚା କହିପାରିବେ, ମେଣ୍ଟ କହିପାରିବେ, ନିର୍ବାଚନ ପୂର୍ବରୁ କିଛି ଆକାରରେ ବାହାରିବ, କାରଣ ସମସ୍ତେ ପରିବର୍ତ୍ତନ ଚାହୁଁଛନ୍ତି । “

ସମ୍ବନ୍ଧିତ ଖବର