ନୂଆଦିଲ୍ଲୀ : ଭାରତ ଜନ୍ମିତ ଆଉ ଜଣେ ମହିଳା ମହାକାଶକୁ ଯାତ୍ରା କରିବେ । ସେ ହେଉଛନ୍ତି ଶିରିସା ବନ୍ଦଲା । କଳ୍ପନା ଚାଓ୍ବଲା ଓ ସୁନୀତା ଓ୍ବିଲିୟମ୍ସଙ୍କ ପରେ ମହାକାଶକୁ ଯିବାରେ ସେ ହେବେ ୩ୟ ଭାରତୀୟ ବଂଶୋଦ୍ଭବ ମହିଳା । ସେହିପରି କଳ୍ପନା ଚାଓ୍ବଲାଙ୍କ ପରେ ସେ ହେବେ ୨ୟ ଭାରତ ଜନ୍ମିତ ମହିଳା ମହାକାଶଚାରୀ ।
Thread: we’re counting down the days to Sunday’s spaceflight! We asked the #Unity22 crew to answer a few of your questions! pic.twitter.com/5zmp6XhdKm
— Virgin Galactic (@virgingalactic) July 7, 2021
ରିଚାର୍ଡ ବ୍ରାନସନଙ୍କ କମ୍ପାନି ଭର୍ଜିନ ଗାଲାକଟିକ ପକ୍ଷରୁ ସେ ଆସନ୍ତା ୧୧ ତାରିଖ ଦିନ ନ୍ୟୁ ମେକ୍ସିକୋରୁ ମହାକାଶକୁ ଯାତ୍ରା କରିବେ । ୩୪ ବର୍ଷ ବୟସ୍କା ଏରୋନୋଟିକାଲ ଇଂଜିନିୟର ଶିରିସା ନିଜ ଦଳର ଆଉ ୫ ଜଣଙ୍କ ସହ ମହାକାଶକୁ ଯାତ୍ରା କରିବେ । ମହାକାଶକୁ ଯିବାକୁ ଥିବା ଏହି ଦଳର ନାଁ ରଖାଯାଇଛି ୟୁନିଟି୨୨ । ଏହି ଗୁରୁତ୍ବପୂର୍ଣ୍ଣ କଥା ହେଉଛି ଏହି ଦଳରେ ଭର୍ଜିନ ଗାଲାକଟିକର ଅଧ୍ୟକ୍ଷ ରିଚାର୍ଡ ବ୍ରାନସନ ମଧ୍ୟ ଯାତ୍ରା କରିବେ ।
ଆନ୍ଧ୍ରପ୍ରଦେଶର ଗୁଣ୍ଟୁରରେ ଜନ୍ମିତ ଶିରିସା ଆମେରିକାର ଟେକ୍ସାସସ୍ଥିତ ହ୍ୟୁଷ୍ଟନ ସହରରେ ବଢିଛନ୍ତି । ସେ ୨୦୧୫ରେ ଭର୍ଜିନ ଗାଲାକ୍ଟିକରେ ଜଣେ ଗବେଷକ ଭାବେ ଯୋଗ ଦେଇଥିଲେ ।