କୋଲକାତା: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପାଇଁ ବିଜେପି ଆଜି ତା’ର ଆଉ କିଛି ପ୍ରାର୍ଥୀ ତାଲିକା ଘୋଷଣା କରିଛି । ପଶ୍ଚିମବଙ୍ଗରେ ହେବାକୁ ଥିବା ବିଧାନସଭା ନିର୍ବାଚନର ଚତୁର୍ଥ, ପଞ୍ଚମ, ଷଷ୍ଠ, ସପ୍ତମ ଏବଂ ଅଷ୍ଟମ ପର୍ଯ୍ୟାୟ ପାଇଁ ଭାରତୀୟ ଜନତା ପାର୍ଟି ଗୁରୁବାର ଦିନ ୧୫୭ଜଣ ପ୍ରାର୍ଥୀଙ୍କ ତାଲିକା ପ୍ରକାଶ କରିଛି। ପଶ୍ଚିମବଙ୍ଗ ନିର୍ବାଚନ ପାଇଁ ବିଜେପି ତାଲିକାରେ ୧୫୭ଜଣ ପ୍ରାର୍ଥୀଙ୍କ ମଧ୍ୟରୁ,୯ଜଣ ଚତୁର୍ଥ ପର୍ଯ୍ୟାୟ ପାଇଁ, ୪୨ଜଣ ପଞ୍ଚମ ପର୍ଯ୍ୟାୟ ପାଇଁ, ୩୮ଜଣ ଷଷ୍ଠ ପର୍ଯ୍ୟାୟ ପାଇଁ, ୩୪ଜଣ ସପ୍ତମ ଏବଂ ଅଷ୍ଟମ ପର୍ଯ୍ୟାୟ ପାଇଁ ରହିଛନ୍ତି।
ଏଥିରେ ବିଜେପି ହରିଶଚନ୍ଦ୍ରପୁରରୁ ମହମ୍ମଦ ମତିଓର, ସାଗରଦୀଘିରୁ ମାଫୁଜା ଖାତୁନ, ଭଗବାନଗୋଲାରୁ ମେହବୁବ୍ ଆଲମ୍, ରାନିଗରରୁ ମସୁହରା ଖାତୁନ୍, ସୁଜାରପୁରରୁ ଏସ୍.କେ ଜିୟାଉଦ୍ଦିନ ଓ ଡୋମକଲରୁ ରୁବିୟା ଖାତୁନଙ୍କୁ ଟିକେଟ୍ ଦେଇଛି ।
ବିଜେପିରେ ଟିକେଟ୍ ଆଶାୟୀ ସଂଖ୍ୟା ଅଧିକ ଥିବାରୁ ଏହାକୁ ନେଇ ବିବାଦ ଦେଖା ଦେଇଥିଲା । ତେଣୁ ଦଳ ଅନେକ ମାନସ ମନ୍ଥନ ପରେ ଏହି ପ୍ରାର୍ଥୀ ତାଲିକା ଘୋଷଣା କରିଛି । ଏହା ପୂର୍ବରୁ ଦଳ ପ୍ରଥମ ଓ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ୧୧୨ ଜଣ ପ୍ରାର୍ଥୀଙ୍କ ନାମ ଘୋଷଣା କରିସାରିଛି, ଯେଉଁଥିରେ କେନ୍ଦ୍ରମନ୍ତ୍ରୀ ବାବୁଲ ସୁପ୍ରିୟୋ, ଲକେଟ୍ ଚାଟାର୍ଜୀ ଓ ସପନ ଦାସଗୁପ୍ତାଙ୍କ ଭଳି ହେଭିୱେଟ୍ ନେତାଙ୍କ ନାମ ସାମିଲ ଅଛି। ପ୍ରଥମ ଓ ଦ୍ୱିତୀୟ ପର୍ଯ୍ୟାୟରେ ଦଳ ବିଧାନସଭା ନିର୍ବାଚନ ପାଇଁ ୪ ଜଣ ସାଂସଦଙ୍କ ନାମ ଘୋଷଣା କରିଛି ।
Bharatiya Janata Party (BJP) releases a list of candidates for 4th phase of #WestBengalElection2021.
Sarvanti Chatterjee and Baishali Dalmiya to contest from Behala Paschim and Bally constituencies, respectively pic.twitter.com/ut9YX1T6n9
— ANI (@ANI) March 18, 2021
ନିର୍ବାଚନ ଯେତେ ପାଖେଇ ଆସୁଛି ବିଜେପି ପଶ୍ଚିମବଙ୍ଗ ପାଇଁ ତା’ର ନିର୍ବାଚନ ରଣନୀତି ବଦଳାଇବାରେ ଲାଗିଥିବା ଦେଖିବାକୁ ମିଳିଛି । ନିର୍ବାଚନ ତାରିଖ ଘୋଷଣା ପୂର୍ବରୁ ବିଜେପି ନେତାମାନେ ସିଧାସଳଖ ମମତା ବାନାର୍ଜୀଙ୍କୁ ଟାର୍ଗେଟ୍ କରୁଥିବା ବେଳେ ଏବେ ମମତା ସରକାରଙ୍କ ଦୋଷ ଓ ଦୁର୍ବଳତାକୁ ଲୋକଙ୍କ ସାମ୍ନାରେ ରଖିବାକୁ ଚେଷ୍ଟା କରୁଛନ୍ତି ।