ନୂଆଦିଲ୍ଲୀ : ଭାରତ ବାୟୋଟେକ୍ ଏହାର କୋଭିଡ୍ ଟିକା ‘କୋଭାକ୍ସିନ୍’ର ଖୁବ୍ ଶୀଘ୍ର ଚୂଡ଼ାନ୍ତ ପର୍ଯ୍ୟାୟ ପରୀକ୍ଷଣ କରିବ। ଦେଶବ୍ୟାପୀ ୨୫ଟି କେନ୍ଦ୍ରରେ ଏହି ଟିକାର ପରୀକ୍ଷଣ କରାଯିବ ଏବଂ ଏହି ତୃତୀୟ ପର୍ଯ୍ୟାୟ ପରୀକ୍ଷଣ ପ୍ରକ୍ରିୟାରେ ମୋଟ୍ ୨୬ ହଜାର ସ୍ବେଚ୍ଛାସେବୀ ସାମିଲ ହେବେ। କୋଭାକ୍ସିନ୍ର ପ୍ରଥମ ଏବଂ ଦ୍ବିତୀୟ ପର୍ଯ୍ୟାୟ କ୍ଲିନିକାଲ୍ ପରୀକ୍ଷଣ ସଫଳ ହେବାପରେ ଡିଜିସିଆଇ ଭାରତ ବାୟୋଟେକ୍କୁ କୋଭିଡ୍ ଟିକା କୋଭାକ୍ସିନ୍ର ତୃତୀୟ ପର୍ଯ୍ୟାୟ ପରୀକ୍ଷଣ ପାଇଁ ସବୁଜ ସଙ୍କେତ ଦେଇ ସାରିଛନ୍ତି।
ତେବେ ତୃତୀୟ ପର୍ଯ୍ୟାୟ ପରୀକ୍ଷଣ ଅନୁମତି ମିଳିବା ସହ ଏଥିରେ କିଛି ପରିବର୍ତ୍ତନ କରାଯାଇଥିବା ଜଣାପଡ଼ିଛି। ଭାରତ ବାୟୋଟେକ୍ ସହ ଆଇସିଏମ୍ଆର ଏବଂ ନ୍ୟାସନାଲ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଭାଇରୋଲୋଜି ଦ୍ବାରା ଆରମ୍ଭ ହୋଇଥିବା ଏହି କୋଭାକ୍ସିନ୍ ଦେଶର ପ୍ରଥମ ସ୍ବଦେଶୀ ଟିକା।