ମହାନଦୀ ସମେତ ଦେଶର ୧୩ଟି ନଦୀକୁ ପୁନର୍ଜୀବିତ କରାଯିବ

ନୂଆଦିଲ୍ଲୀ : ମହାନଦୀ ସମେତ ଦେଶର ୧୩ଟି ପ୍ରମୁଖ ନଦୀଗୁଡ଼ିକୁ ପୁନର୍ଜୀବିତ କରିବା ପାଇଁ କେନ୍ଦ୍ର ସରକାର ବିଚାର କରୁଥିବାର ଜଣାପଡ଼ିଛି। ସୂତ୍ର ଅନୁସାରେ ମହାନଦୀ ସମେତ ବିସ୍, ଚେନାବ୍, ଝେଲମ୍, ରାବି, ସତଲେଜ୍, ଲୁନ, ଯମୁନା, ନର୍ମଦା, ଗୋଦାବରୀ, କାବେରୀ, କ୍ରିଷ୍ଣା ଓ ବ୍ରହ୍ମପୁତ୍ର ନଦୀର କାୟାକଳ୍ପ ବିସ୍ତାର ପାଇଁ ଡେରାଡୁନ ସ୍ଥିତ ଜାତୀୟ ଜଙ୍ଗଲ ଗବେଷଣା ପରିଷଦକୁ ବୈଷୟିକ ଅଧ୍ୟୟନ ସହିତ ବିସ୍ତୃତ ପ୍ରକଳ୍ପ ରିପୋର୍ଟ ପ୍ରସ୍ତୁତ କରିବା ପାଇଁ କେନ୍ଦ୍ର ଜଙ୍ଗଲ ଓ ପରିବେଶ ବିଭାଗ ପକ୍ଷରୁ ଦାୟିତ୍ବ ଦିଆଯାଇଛି। ଭାରତୀୟ ଜଙ୍ଗଲ ପରିଷଦ ବିଗତ ଦିନମାନଙ୍କରେ ନଦୀଗୁଡ଼ିକର କ୍ଷତିର କାରଣ ତଥା ନଦୀଗୁଡ଼ିକର କିଭଳି ପୁନର୍ବିନ୍ୟାସ କରାଯାଇ ପାରିବ ସେନେଇ ଅଧ୍ୟୟନ କରିବ। ସ୍ୟାଟଲାଇଟ୍ ଡାଟା ତଥା ଜିଓସ୍ପାଚିକାଲ ଡାଟାର ଆକଳନକୁ ଭିତ୍ତିକରି ବୈଷୟିକ ପ୍ରକ୍ରିୟା ଅନ୍ତର୍ଗତ ନଦୀଗୁଡ଼ିକର ପୁନର୍ଜୀବିତ ସମ୍ବନ୍ଧିତ ପଦକ୍ଷେପ ନିଆଯିବ ବୋଲି ମନ୍ତ୍ରଣାଳୟ ସୂତ୍ରରୁ ଜଣାପଡ଼ିଛି। ଜଙ୍ଗଲ ପଦକ୍ଷେପ (ଫରେଷ୍ଟ୍ରି ଇଣ୍ଟରଭେନସନ୍) ଅନ୍ତର୍ଗତ ନଦୀର ଦୁଇ ପାର୍ଶ୍ବରେ ବୃକ୍ଷଗୁଡ଼ିକର ବିସ୍ତାର କରାଯିବ, ଅବକ୍ଷୟକୁ ରୋକିବା ସହ ୱେଟ୍‌ଲାଣ୍ଡ ମ୍ୟାନେଜମେଣ୍ଟ ପ୍ରତି ଗୁରୁତ୍ବ ଦିଆଯିବ।

ସମ୍ବନ୍ଧିତ ଖବର