ଆଶ୍ରୟସ୍ଥଳରେ ୩୫ ଶିଶୁ ସଂକ୍ରମିତ, ରାଜ୍ୟ ସରକାରଙ୍କଠାରୁ ଷ୍ଟାଟସ୍‌ ରିପୋର୍ଟ ମାଗିଲେ ସୁ୍ପ୍ରିମକୋର୍ଟ

ନୂଆଦିଲ୍ଲୀ: ଚେନ୍ନାଇ ‌ରୋୟାପୁରମ୍‌ର ଏକ ସରକାରୀ ଶିଶୁ ଆଶ୍ରୟସ୍ଥଳରେ ୩୫ ଶିଶୁ କରୋନା‌ ସଂକ୍ରମିତ ହୋଇଛନ୍ତି। ଶିଶୁ ଆଶ୍ରୟସ୍ଥଳରେ ସଂକ୍ରମଣ ବଢ଼ିବାରୁ ସୁପ୍ରିମକୋର୍ଟ ଉକ୍ତ ମାମଲାକୁ ଅତି ଗମ୍ଭୀରତାର ସହ ଗ୍ରହଣ କରିଛନ୍ତି ଏବଂ ନିଜ ଆଡୁ ଏହି ମାମଲାରେ ଶୁଣାଣି ଆରମ୍ଭ କରିଛନ୍ତି। ତେବେ ଆଶ୍ରୟସ୍ଥଳରେ କିଭଳି କରୋନା ସଂକ୍ରମଣ ବଢ଼ିଲା ଏବଂ ଶିଶୁଙ୍କ ସୁରକ୍ଷା ପାଇଁ କେଉଁ ପଦକ୍ଷେପ ଗ୍ରହଣ ହୋଇଛି ସେନେଇ ସୁପ୍ରିମକୋର୍ଟ ତାମିଲନାଡ଼ୁ ସରକାରଙ୍କଠାରୁ ଷ୍ଟାଟସ୍‌ ରିପୋର୍ଟ ମାଗିଛନ୍ତି।

ଜଷ୍ଟିସ୍‌ ଏଲ୍‌ ନାଗେଶ୍ବର ରାଓ, ଜଷ୍ଟିସ୍‌ କ୍ରୀଷ୍ଣା ମୁରାରି ଏବଂ ଏସ୍‌ ରବୀନ୍ଦ୍ରଙ୍କ ଖଣ୍ଡପୀଠ ଜାଣିବାକୁ ଚାହିଛନ୍ତି, ଶିଶୁମାନେ କିଭଳି କରୋନା ସଂକ୍ରମିତ ହେଲେ। କୋର୍ଟ ପୂର୍ବରୁ ଶିଶୁଙ୍କ ସୁରକ୍ଷା ପାଇଁ ପଦ‌କ୍ଷେପ ଗ୍ରହଣ କରିବାକୁ କହିଥିଲେ। ପୂର୍ବରୁ ଆଶ୍ରୟସ୍ଥଳ ୱାର୍ଡେନ୍‌ କରୋନା ପଜିଟିଭ୍‌ ହେବାପରେ ଶିଶୁଙ୍କ ସୁରକ୍ଷା ପାଇଁ ପଦକ୍ଷେପ ଗ୍ରହଣ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଥିଲେ। କିନ୍ତୁ ଏନେଇ ସଠିକ୍‌ ପଦକ୍ଷେପ ଗ୍ରହଣ ହୋଇନଥିବା କୋର୍ଟ ହୃ୍ଦ୍‌ବୋଧ କରିଛନ୍ତି। ମାମଲାର ପରବର୍ତ୍ତୀ ଶୁଣା‌ଣି ସୋମବାର ଥିବାବେଳେ କୋର୍ଟ ତାମିଲନାଡ଼ୁ ସରକାରଙ୍କୁ ଉକ୍ତ ମାମଲାରେ ଷ୍ଟାଟସ୍‌ ରିପୋର୍ଟ ଦାଖଲ କରିବାକୁ କହିଛନ୍ତି।

ସମ୍ବନ୍ଧିତ ଖବର