ଶାହଙ୍କ ଉପସ୍ଥିତିରେ ୩୦ ହଜାର କେଜି ଡ୍ରଗ୍ସ ଜଳାଗଲା

ନୂଆଦିଲ୍ଲୀ: କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ଭର୍ଚୁଆଲ ଉପସ୍ଥିତିରେ ଆଜି ଦେଶରେ ୪ଟି ସ୍ଥାନରେ ୩୦ ହଜାରରୁ ଅଧିକ କିଲୋଗ୍ରାମ ଡ୍ରଗ୍ସ ଜଳାଯାଇଛି। ଶାହ ଆଜି ଚଣ୍ଡିଗଡ଼ରେ ଏକ ସମ୍ମିଳନୀରେ ଉପସ୍ଥିତ ଥିବାବେଳେ ସେଠାରୁ ସେ ଭର୍ଚୁଆଲ ଭାବେ ଦିଲ୍ଲୀ, ଚେନ୍ନାଇ, ଗୌହାଟୀ ଏବଂ କୋଲକାତାରେ ଡ୍ରଗ୍ସ ଜଳାଯିବା ଦେଖିଥିଲେ। ଶାହ କହିଛନ୍ତି, ‘ଆଜାଦୀ କା ଅମୃତ ମହୋତ୍ସବ’ ପାଳନ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିର୍ଦ୍ଦେଶ ଦେବାପରେ ଦେଶବ୍ୟାପୀ ପ୍ରାୟ ୭୫ ହଜାର କିଲୋଗ୍ରାମ ଡ୍ରଗ୍ସ ଜାଳିବାପାଇଁ ପ୍ରତିଜ୍ଞା କରାଯାଇଥିଲା। ଏଯାବତ ଆମେ ୮୨ ହଜାର କିଲୋ ଡ୍ରଗ୍ସ ଜାଳି ସାରିଛୁ। ଅଗଷ୍ଟ ୧୫ ସୁଦ୍ଧା ଏହି ସଂଖ୍ୟା ୧ ଲକ୍ଷ କେଜି ପହଞ୍ଚିବାର ଲକ୍ଷ୍ୟ ରହିଛି। ଶନିବାର ଦିନ ଦିଲ୍ଲୀରେ ୧୯,୩୨୦ କିଲୋ ଡ୍ରଗ୍ସ, ଚେନ୍ନାଇରେ ୧୩୦୯ କିଲୋ, ଗୌହାଟୀରେ ୬,୭୬୧ ଏବଂ କୋଲକାତାରେ ୩,୦୭୭ କିଲୋ ଡ୍ରଗ୍ସ ଜଳାଯାଇଛି।

ସମ୍ବନ୍ଧିତ ଖବର