ଥିରୁଅନନ୍ତପୁରମ୍ : କଂଗ୍ରେସ ସାଂସଦ ଶଶୀ ଥରୁର୍ଙ୍କ ‘ହିନ୍ଦୁ ପାକିସ୍ତାନ’ ବୟାନ ପାଇଁ ବିବାଦ ତାଙ୍କ ପିଛା ଛାଡୁନି। ଆଜି କିଛି ବିଜେପି ଯୁବ କର୍ମୀମାନେ ଥରୁର୍ଙ୍କ ଏହି ହିନ୍ଦୁ ପାକିସ୍ତାନ ବୟାନକ୍ୁ ବିରୋଧ କରି ତାଙ୍କ ଥିରୁଅନନ୍ତପୁରମ୍ସ୍ଥିତ ଅଫିସ୍ ଭଙ୍ଗା ରୁଜା କରିଛନ୍ତି। ଅଫିସ୍ର ପ୍ରବେଶ ଦ୍ୱାରରେ ସେମାନେ କଳା ତେଲ ଢାଳିବା ସହ ଏକ କଳା ପତାକା ଲଗାଇଥିଲେ। ଏଥିସହ ଥରୁର୍ଙ୍କ ଅଫିସର ମୂଳ ସାଇନବୋର୍ଡ ଭାଙ୍ଗି ସେମାନେ ‘ଥରୁର୍ଙ୍କ ପାକିସ୍ତାନ୍ ଅଫିସ୍’ ନାମକ ଏକ ବୋର୍ଡ ଲଗାଇଥିଲେ। ତେବେ ଏହି ସମୟରେ ଥରୁର୍ କିମ୍ବା ତାଙ୍କର ଅନ୍ୟ କୌଣସି ସମର୍ଥକ ଅଫିସ୍ରେ ନଥିଲେ। ପୁଲିସ ଘଟଣା ସ୍ଥଳରେ ପହଞ୍ଚିବା ପରେ ବିକ୍ଷୋଭକାରୀମାନେ ସ୍ଥାନ ଛାଡ଼ି ପଳାଇଥିଲେ। କିଛି ଦୁର୍ବୃତ୍ତଙ୍କ ବିରୋଧରେ ପୁଲିସ ମାମଲା ରୁଜୁ କରିଛି। କଂଗ୍ରେସ ଉକ୍ତ ଘଟଣାରେ ଅସନ୍ତୋଷ ପ୍ରକାଶ କରିଛି। ଏଭଳି ଏକ ଘୃଣ୍ୟ ଆକ୍ରମଣ ବିଜେପିର ଅସଲ ଚେହେରାକୁ ପଦାରେ ପକାଇ ଦେଇଛି ବୋଲି ରାଜ୍ୟ ବିରୋଧୀ ଦଳ ନେତା ରମେଶ ଚେନିଥାଲା କହିଛନ୍ତି। ଥରୁର୍ଙ୍କର ଏଭଳି ବୟାନ୍ ପାଇଁ ଥରୁର୍ କ୍ଷମାପ୍ରାର୍ଥନା କରନ୍ତୁ ବୋଲି ବିଜେପି ଚାହୁଥିବାବେଳେ ଥରୁର୍ କିନ୍ତୁ ନିଜ ବୟାନକୁ ଠିକ୍ ବୋଲି କହିଛନ୍ତି। ଅନ୍ୟ ପକ୍ଷରେ ଶଶି ଥରୁର୍ ଅଭିଯୋଗ ଆଣିଛନ୍ତି ଯେ ବିଜେପି କର୍ମୀମାନେ ତାଙ୍କୁ ହତ୍ୟା ଧମକ ଦେଇଛନ୍ତି।
‘ହିନ୍ଦୁ ପାକିସ୍ତାନ’ ବୟାନ :ଶଶୀ ଥରୁରଙ୍କ ଅଫିସ୍ ଭଙ୍ଗାରୁଜା
/sambad/media/post_attachments/wp-content/uploads/2018/07/Sashi-Tharoor.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)