୧୧ସେକେଣ୍ଡରେ ୧୦୦ମିଟର ଦୌଡ଼ିବାର ଭିଡିଓ ଭାଇରାଲ ହେବା ପରେ ଯୁବକଙ୍କ ଟ୍ରେନିଂ ଦାୟିତ୍ୱ ହାତକୁ ନେଲେ କ୍ରୀଡ଼ା ମନ୍ତ୍ରୀ

ନୂଆଦିଲ୍ଲୀ : କିଛି ଦିନ ତଳେ ଏକ ଭିଡିଓ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହେଉଥିବା ଦେଖା ଯାଇଥିଲା । ଖାଲି ପାଦରେ ଜଣେ ଯୁବକ ୧୧ସେକେଣ୍ଡ ମଧ୍ୟରେ ୧୦୦ମିଟର ଅତିକ୍ରମ କରି ଯାଉଥିବା ଦେଖାଯାଇଥିଲା । ଏହି ଭିଡିଓ ଭାଇରାଲ ହେବା ପରେ ଏବେ ଯୁବକଙ୍କ ଟ୍ରେନିଂ ଦାୟିତ୍ୱ ନିଜ ହାତକୁ ନେଇଛନ୍ତି କ୍ରୀଡ଼ା ମନ୍ତ୍ରୀ କିରଣ ରିଜିଜୁ ।

ସୂଚନା ମୁତାବକ, ଯୁବକଜଣଙ୍କ ନାଁ ରାମେଶ୍ୱର ଗୁରୁଜାର ବୋଲି ଜଣା ପଡ଼ିଥିବା ବେଳେ ସେ ମଧ୍ୟପ୍ରଦେଶର ବାସିନ୍ଦା ବୋଲି ଜଣା ପଡ଼ିଛି । ତାଙ୍କ ଭିଡିଓକୁ ଅଗଷ୍ଟ ୧୬ ତାରିଖରେ ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଟୁଇଟ୍‌ କରିଥିଲେ । ଯାହା ପରେ ଭିଡିଓଟି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିିଥିଲା । ଟୁଇଟ୍‌ କରି କ୍ରୀଡ଼ା ମନ୍ତ୍ରୀ କିରଣ ରିଜିଜୁଙ୍କୁ ସହାୟତା କରିବା ପାଇଁ ଅନୁରୋଧ କରିଥିଲେ ଶିବରାଜ ସିଂହ । ଭିଡିଓ ଦେଖି ପ୍ରଥମେ ମଧ୍ୟପ୍ରଦେଶର କ୍ରୀଡ଼ା ମନ୍ତ୍ରୀ ଜିତୁ ପଟଓ୍ଵାରୀ ରାମେଶ୍ୱରଙ୍କୁ ଭୋପାଲ ଡ଼କାଇଥିଲେ । ଏହା ପରେ କ୍ରୀଡ଼ା ମନ୍ତ୍ରୀ କିରଣ ରିଜିଜୁଙ୍କୁ ଏ ନେଇ ସୂଚନା ମିଳିବା ପରେ ସେ ରାମେଶ୍ୱରଙ୍କ ସମସ୍ତ ଟ୍ରେନିଂ ଦାୟିତ୍ୱ ନେବେ ବୋଲି କହିଥିବା ଜଣା ପଡ଼ିଛି ।

ସମ୍ବନ୍ଧିତ ଖବର