‘ବାଇଜୁ’ ଆପ୍‌ର ପ୍ରସ୍ତୁତ କର୍ତ୍ତା ୩୭ ବର୍ଷ ବୟସ୍କ ପ୍ରାକ୍ତନ ଶିକ୍ଷକ ବାଇଜୁ ରାଭେନ୍ଦ୍ରନ୍‌ ହେଲେ ଭାରତର ନୂତନ ବିଲିୟନିୟର

ଶିକ୍ଷା ପ୍ରଦାନକାରୀ

ନୂଆଦିଲ୍ଲୀ: ଜନୈକ ୩୭ ବର୍ଷ ବୟସ୍କ ପ୍ରାକ୍ତନ ଭାରତୀୟ ସ୍କୁଲ ଶିକ୍ଷକ ବାଇଜୁ ରାଭେନ୍ଦ୍ରନ୍‌ କୋଟିପତି ବନିବା ସହ ବିଶ୍ୱର ‘ବିଲିଅନିୟର’ କ୍ଲବ୍‌ରେ ନିଜକୁ ସାମିଲ କରିବା ଘଟଣା ଏବେ ବିଶ୍ୱ ବ୍ୟାପି ଚର୍ଚ୍ଚା ଓ ଆଲୋଡ଼ନ ସୃଷ୍ଟି କରିଛି। ବାଇଜୁଙ୍କ ଦ୍ୱାରା ପ୍ରତିଷ୍ଠିତ ତାଙ୍କ ମାନସ ସନ୍ତାନ ଭାବେ ପରିଚିତ କମ୍ପାନି ‘ଥିଙ୍କ୍‌ ଆଣ୍ଡ ଲର୍ନ’ ଚଳିତ ମାସ ଆରମ୍ଭରେ ୧୫୦ ମିଲିୟନ ଆମେରିକୀୟ ଡଳାର ମୂଲ୍ୟର କମ୍ପାନିରେ ପରିଣତ ହେବା ପରେ ଏହି ବିରଳ କୃତିତ୍ତ୍ୱର ଅଧିକାରୀ ହୋଇ ପାରିଛନ୍ତି ବାଇଜୁ ରାଭେନ୍ଦ୍ରନ୍‌।

ଉଲ୍ଲେଖଯୋଗ୍ୟ, ବାଇଜୁ ରାଭେନ୍ଦ୍ରନ୍‌ ହେଉଛନ୍ତି ଏକ ଅନ୍‌ ଲାଇନ୍‌ ଏଡୁକେସନ ଟେକ୍ନୋଲୋଜି ଫାର୍ମ ‘ବାଇଜୁ’ର ପ୍ରତିଷ୍ଠାତା ଏବଂ ସିଇଓ। ସ୍କୁଲ ଶିକ୍ଷକତାରୁ ନିଜର ବୃତ୍ତିଗତ ଜୀବନ ଆରମ୍ଭ କରିଥିବା ବାଇଜୁ ରାଭେନ୍ଦ୍ରନ୍‌ ପ୍ରଥମେ ଭାରତୀୟ ସ୍କୁଲ ଛାତ୍ରଛାତ୍ରୀମାନଙ୍କୁ ଉଚ୍ଚମାନର ଶିକ୍ଷା ପ୍ରଦାନ ଉଦ୍ଦେଶ୍ୟରେ ‘ବାଇଜୁ’ ନାମରେ ଏକ ଆପ୍‌ ପ୍ରସ୍ତୁତ କରିଥିଲେ। ଯାହାକି ୭ ବର୍ଷ ମଧ୍ୟରେ ୬ ବିଲିୟନ ଆମେରିକୀୟ ଡଳାରର ବ୍ୟବସାୟ କରିବାରେ ସମର୍ଥ ହୋଇଥିଲା।

News Nation

‘ବାଇଜୁ’ ଆପ୍‌ର ଏହି ସଫଳତା ପରେ ବାଇଜୁ ରାଭେନ୍ଦ୍ରନ୍‌ ପ୍ରତିଷ୍ଠା କରିଥିଲେ ଥିଙ୍କ୍‌ ଆଣ୍ଡ ଲର୍ନ କମ୍ପାନି। ବର୍ତ୍ତମାନ ଶିକ୍ଷା ଗ୍ରହଣ ପାଇଁ ଛାତ୍ରଛାତ୍ରୀମାନେ କମ୍ପ୍ୟୁଟର ଓ ମୋବାଇଲକୁ ମାଧ୍ୟମ କରିଥିବା ବେଳେ ତାଙ୍କ କମ୍ପାନି ଆଗାମୀ ଭବିଷ୍ୟତରେ ଆହୁରି ଅଧିକରୁ ଅଧିକ ସଫଳତା ଲାଭ କରିବ ବୋଲି ଆଶା ପ୍ରକାଶ କରିଛନ୍ତି ବାଇଜୁ ରାଭେନ୍ଦ୍ରନ୍‌।

ସମ୍ବନ୍ଧିତ ଖବର