ସପ୍ତାହରେ ୪ଦିନ କାମ କରିବା ସହ ୩ ଦିନ ଆରାମ କରିବେ କର୍ମଚାରୀ, ବିଦେଶୀ କମ୍ପାନି ଲାଗୁ କଲା ନିୟମ
ନୂଆଦିଲ୍ଲୀ : ସପ୍ତାହରେ ଗୋଟିଏ ଦିନ ଛୁଟି ପାଉଥିବା କର୍ମଚାରୀମାନେ ସବୁବେଳେ ତାଙ୍କୁ ଆରାମ ପାଇଁ କମ ସମୟ ମିଳୁଥିବାର ଅଭିଯୋଗ କରି ଆସିଛନ୍ତି । ଦିନଟିଏ ଛୁଟି କେମିତି ବିତି ଯାଉଛି ତାହା ଜଣା ପଡ଼ୁ ନାହିଁ ବୋଲି ଅନେକ କହନ୍ତି। ବିଶେଷ କରି ବେସରକାରୀ କାର୍ଯ୍ୟଳୟରେ କର୍ମଚାରୀ ଏପରି ଅଧିକ କହିଥାଆନ୍ତି। ନିଉଜିଲାଣ୍ଡରେ ଏକ କମ୍ପାନୀ ନିଜ କର୍ମଚାରୀଙ୍କ ସମସ୍ୟାକୁ ଆଖି ଆଗରେ ରଖି ସେମାନଙ୍କୁ ସପ୍ତାହରେ ୩ଦିନ ଛୁଟି ଦେବ ବୋଲି ଜଣାପଡ଼ିଛି । ଏହି ୩ ଦିନ ଛୁଟିରେ କର୍ମଚାରୀମାନଙ୍କର ଦରମା ମଧ୍ୟ କଟାଯିବ ନାହିଁ ।
Sambad is now on WhatsApp
Join and get latest news updates delivered to you via WhatsApp
ସୂଚନା ମୁତାବକ, ପର୍ପେଚୁଆଲ ଗାର୍ଡ଼ିୟନ ନାମକ କମ୍ପାନୀ ଏହି ନିୟମ ଲାଗୁ କରିବା ପୂର୍ବରୁ ଏ ନେଇ ୨ମାସ ପରୀକ୍ଷା କରିଥିଲା । ଦୁଇ ମାସର ପରୀକ୍ଷାରେ ସଫଳ ହେବା ପରେ ସବୁ ଦିନ ପାଇଁ ଏହି ନିୟମ ଲାଗୁୁ କରିବାକୁ ନିଷ୍ପତ୍ତି ନେଇଥିଲା କମ୍ପାନୀ । ୨ମାସର ପରୀକ୍ଷାରୁ ମିଳିଥିବା ଫଳ ଅନୁଯାୟୀ,ଏହି ଦୁଇ ମାସରେ କର୍ମଚାରୀଙ୍କୁ ସପ୍ତାହରେ ୪ଦିନ କାମ କରିବାକୁ ଦିଆଯାଇଥିଲା । ଯାହା ପରେ ଦୁଇ ମାସରେ ହିଁ କମ୍ପାନୀ ଅଧିକ ଉଚ୍ଚକୁ ଯାଇ ପାରିଥିଲା । ୩ ଦିନ ଛୁଟିରେ ରହିବା ପରେ କର୍ମଚାରୀମାନଙ୍କର କାମ କରିବାର କ୍ଷମତା ବଢ଼ିବା ସହ ସେମାନେ ପୂର୍ବ ଅପେକ୍ଷା ଭଲ କାମ କରିଥିଲେ, ଯାହାଦ୍ୱାରା କମ୍ପାନୀର ବ୍ୟବସାୟରେ ଉନ୍ନତି ଘଟିଥିଲା। କର୍ମଚାରୀମାନଙ୍କର ଅବସାଦ କମ ହେବା ସହ ସେମାନେ ନିଜର ବ୍ୟକ୍ତିଗତ ଜୀବନକୁ ମଧ୍ୟ ଠିକ୍ ଭାବରେ ସମୟ ଦେଇ ପାରିଥିଲେ । ଏତେ ସବୁ ଲାଭ ହେଉଥିବାରୁ କମ୍ପାନୀ ଏହି ନିୟମ ସବୁଦିନ ପାଇଁ ଲାଗୁ କରିଥିବା ଜଣାପଡ଼ିଛି ।