ଚିଡ଼ିଆଖାନାରେ ଜୀବନ କାଟିବ ଦୁଇଟି ମଣିଷ ମାରିଥିବା ପାଞ୍ଚ ବର୍ଷିୟ ବାଘ

ଭୋପାଳ: ମହାରଷ୍ଟ୍ରରୁ ମଧ୍ୟପ୍ରଦେଶକୁ ଯିବା ପୂର୍ବରୁ ଅନ୍ୟୂନ ଦୁଇଜଣ ଲୋକଙ୍କୁ ମାରିଥିବା ଗୋଟାଏ ପାଞ୍ଚ ବର୍ଷିୟ ବାଘକୁ ଶନିବାର ଦିନ କାହ୍ନା ବ୍ୟଘ୍ର ସଂରକ୍ଷଣରୁ ଭୋପାଳର ବନ ବିହାର ଜାତୀୟ ଉଦ୍ୟାନକୁ ସ୍ଥାନାନ୍ତର କରାଯାଇଛି। ଏହି ବାଘଟିର ନାମ ରଖାଯାଇଛି ସରଣ।

ଜନବସତି ମଧ୍ୟକୁ ଚାଲିଯିବାର ପ୍ରବୃତ୍ତି ଥିବା କାରଣରୁ ଆଉ ବଣରେ ଛାଡ଼ିବା ନିରାପଦ ମଣିବା ଅନୁଚିତ ବିଚାରି ସେ ବାଘଟିକୁ ବନ ବିହାରର ଖୁଆଡ଼ ମଧ୍ୟରେ ରଖାଯିବ। ସେଠାରେ ସେ ତା’ର ଅବଶିଷ୍ଟ ଜୀବନ ବିତାଇବ ବୋଲି ସରକାରୀ ଅଧିକାରୀମାନେ କହିଛନ୍ତି।

Image Courtesy of The Times of India

ବନ ବିହାର ଜାତୀୟ ଉଦ୍ୟାନର ନିର୍ଦେଶକ କମଳିକା ମହାନ୍ତ ଜାରି କରିଥିବା ଏକ ରିଲିଜ୍‌ରେ ଉଲ୍ଲେଖ କରାଯାଇଛି ଯେ, କାହ୍ନା ବ୍ୟାଘ୍ର ସଂରକ୍ଷଣର ଘୋରେଲା ଏନ୍‌କ୍ଲୋଜର୍ ମଧ୍ୟରେ ଥିବା ଏହି ଅଣ୍ଡିରା ବାଘଟିକୁ ଶନିବାର ଦିନ ଭୋପାଳର ବନ ବିହାର ଜାତୀୟ ଉଦ୍ୟାନକୁ ଅଣାଯାଇଛି। ମହାରାଷ୍ଟ୍ରର ମୁଖ୍ୟ ବନ ସଂରକ୍ଷକଙ୍କ କହିବା ଅନୁସାରେ, ଏହି ଅଣ୍ଡିରା ବାଘଟି ୨୦୧୮ ଅକ୍ଟୋବର ମାସରେ ମହାରା‌ଷ୍ଟ୍ରର ଅମରାବତୀ ଜିଲ୍ଲାରେ ଦୁଇ ଜଣ ବ୍ୟକ୍ତିଙ୍କୁ ମାରିଛି।

୨୦୧୮ ଡିସେମ୍ବର ମାସରେ ଏହି ବାଘ ମଧ୍ୟପ୍ରଦେଶର ବେତୁଲକୁ ଚାଲିଆସିଥିଲା। ଡିସେମ୍ବର ୧୧ ତାରିଖ ଦିନ ସର୍‌ନି ସହରର ଏକ ଆବାସିକ ଅଞ୍ଚଳରୁ ତାକୁ ଉଦ୍ଧାର କରାଯାଇଥିଲା।

କେନ୍ଦ୍ରୀୟ ଚିଡ଼ିଆଖାନା କର୍ତ୍ତୃପକ୍ଷ ଅନୁମତି ଦେଲେ ଏହି ବାଘଟିକୁ ସର୍ବସାଧାରଣ ଦେଖିବା ସ୍ଥାନରେ ରଖାଯିବ।

ସମ୍ବନ୍ଧିତ ଖବର