ଜାକର୍ତ୍ତା: ଇଣ୍ଡୋନେସିଆର ଗୁନୁଗ ବ୍ରୋମୋରେ ଏକ ୭୦୦ ବର୍ଷର ପ୍ରାଚୀନ ଗଣେଶ ପ୍ରତିମା ଜନସାଧାରଣଙ୍କୁ ଆଗ୍ନେୟଗିରି ଉଦ୍‌ଗୀରଣରୁ ସୁରକ୍ଷା ଦେଉଛନ୍ତି ବୋଲି ଲୋକବିଶ୍ବାସ ଚଳି ଆସୁଥିବା କଥା ବିଭିନ୍ନ ଗଣମାଧ୍ୟମ ରିପୋର୍ଟ କରିଛନ୍ତି।

Advertisment

ଏହି ପ୍ରତିମା ଆଖପାଖରେ ବାସ କରୁଥିବା ଲୋକମାନେ ‘ତେନେଗାର୍‌’ ସମ୍ପ୍ରଦାୟର। ଗୋଟାଏ ଆଗ୍ନେୟଗିରି ମୁହଁ ଉପରେ ବସିଥିବା ଭଗବାନ ବିଘ୍ନହର୍ତ୍ତାଙ୍କୁ (ଗଣେଶ) ସେମାନେ ଦୈନିକ ପୂଜା କରନ୍ତି।

ଉଲ୍ଲେଖଯୋଗ୍ୟ, ଇଣ୍ଡୋନେସିଆ ଦ୍ବୀପପୁଞ୍ଜରେ ଥିବା ୧୪୧ଟି ଆଗ୍ନେୟଗିରୁ ୧୩୦ଟି ଏବେ ମଧ୍ୟ ସକ୍ରିୟ ରହିଛନ୍ତି। ସେଥିରୁ ଗୋଟାଏ ସକ୍ରିୟ ଆଗ୍ନେୟଗିରି ‘ମାଉଣ୍ଟ୍‌ ବ୍ରୋନୋ’ ବା ‘ବ୍ରୋନୋ ଶୃଙ୍ଗ’ ଉପରେ ସ୍ଥାପିତ ଏହି ପ୍ରାଚୀନ ଗଣେଶ ପ୍ରତିମାକୁ ତେନେଗାର୍‌ମାନେ ପୂଜି ଆସୁଛନ୍ତି। ଏହାକୁ ସେମାନଙ୍କର ପୂର୍ବଜମାନେ ସ୍ଥାପନ କରିଥିଲେ ବୋଲି ସେମାନଙ୍କର ବିଶ୍ବାସ। ଏହି ଆଗ୍ନେୟଗିରି ଭଗବାନ ବ୍ରହ୍ମାଙ୍କ ନାମାନୁସାରେ ନାମିତ। ପୂର୍ବ ଜାଭାରେ ବ୍ରହ୍ମାଙ୍କୁ ‘ବ୍ରୋମୋ’ ବୋଲି ଉଚ୍ଚାରଣ କରନ୍ତି।

publive-image Image Courtesy of Indoindians.com

କେବେ କେବେ ଆଗ୍ନେୟଗିରି ଉଦ୍‌ଗୀରଣ-ଜନିତ ବିସ୍ଫୋରଣ ହେଲେ ବି ଲୋକେ ଗଣପତି ପୂଜା ବନ୍ଦ କରନ୍ତି ନାହିଁ। ସେମାନଙ୍କର ଏକ ସ୍ବତନ୍ତ୍ର ପୂଜା-ପଦ୍ଧତିକୁ ‘ୟାଦନାୟା କସାଦା’ କହନ୍ତି ଓ ବର୍ଷର ଗୋଟାଏ ବିଶେଷ ଦିନରେ ଏହି ୧୫ଦିନିଆ ଉତ୍ସବ ପାଳନ କରାଯାଏ।

କେବଳ ସେତିକି ନୁହେଁ, ସେ ଅଞ୍ଚଳର ଗୋଟାଏ ଲୋକ-କଥାରେ ବି ଏହି ଗଣେଶ ପ୍ରତିମା ବିଷୟ ଉଲ୍ଲେଖ ଅଛି। ସକ୍ରିୟ ଆଗ୍ନେୟଗିରି ପ୍ରକୋପରୁ ରକ୍ଷା କରିବେ ବୋଲି ଆଶା କରି ତେନେଗର୍‌ମାନେ ଗଣେଶଙ୍କୁ ଅନେକ ନୈବେଦ୍ୟ ପ୍ରଦାନ କରନ୍ତି।