ୟୁକ୍ରେନରୁ ଛାତ୍ରଛାତ୍ରୀଙ୍କୁ ଆଣିବାରେ ଏୟାର ଇଣ୍ଡିଆର ଖର୍ଚ୍ଚ ହେଉଛି ଏତିକି କୋଟି ଟଙ୍କା !

ନୂଆଦିଲ୍ଲୀ: ୟୁକ୍ରେନରେ ଫସି ରହିଥିବା ଭାରତୀୟମାନଙ୍କୁ ଉଦ୍ଧାର କରିବା ପାଇଁ ଏୟାର ଇଣ୍ଡିଆ ଦ୍ୱାରା ବିମାନ ଚଳାଚଳ ଜାରି ରହିଛି । ତେବେ ଭାରତ ସରକାର ଛାତ୍ରଛାତ୍ରୀଙ୍କ ପାଇଁ ବିମାନ ଭଡା ଭରଣା କରୁଛନ୍ତି | ତେବେ ଆପଣ ଜାଣିଛନ୍ତି କି ୟୁକ୍ରେନରୁ ଛାତ୍ରଛାତ୍ରୀଙ୍କୁ ଆଣିବା ପାଇଁ କେତେ ଟଙ୍କା ଖର୍ଚ୍ଚ କରିବାକୁ ପଡୁଛି | ନ୍ୟୁଜ୍ ଏଜେନ୍ସି ପିଟିଆଇର ଏକ ରିପୋର୍ଟ ଅନୁଯାୟୀ, ଘଣ୍ଟା ପ୍ରତି ୭-୮ ଲକ୍ଷ ଟଙ୍କା ଖର୍ଚ୍ଚ ହେଉଛି। ମୁଖ୍ୟତଃ ଉଡ଼ାଣରେ ଖର୍ଚ୍ଚ ହେଉଥିବା ମୋଟ ପରିମାଣ କେଉଁଠାକୁ ବିମାନ ଯାଉଛି ଓ କେତେ ଦୂର ଯାଉଛି ତାହା ଉପରେ ନିର୍ଭର କରେ ।

ଏହା ବ୍ୟତୀତ ସମୁଦାୟ ଖର୍ଚ୍ଚରେ କ୍ରୁ, ଇନ୍ଧନ, ନାଭିଗେସନ୍, ଲ୍ୟାଣ୍ଡିଂ ଏବଂ ପାର୍କିଂ ଚାର୍ଜ ମଧ୍ୟ ଅନ୍ତର୍ଭୁକ୍ତ ହୋଇଛି | ବର୍ତ୍ତମାନ ଏୟାର ଇଣ୍ଡିଆ ରୋମାନିଆର ରାଜଧାନୀ ବୁଖାରେଷ୍ଟ ଏବଂ ହଙ୍ଗେରୀର ରାଜଧାନୀ ବୁଡାପେଷ୍ଟରୁ ବିମାନ ଚଳାଚଳ କରୁଛି। ଫ୍ଲାଇଟ୍ ଟ୍ରାକିଂ ୱେବସାଇଟ୍ ଫ୍ଲାଇଟ୍ ଆୱାର୍ ଅନୁଯାୟୀ, ଶନିବାର ଦିନ ବୁଖାରେଷ୍ଟରୁ ମୁମ୍ବାଇ ଅଭିମୁଖେ ଯାତ୍ରା ସମୟ ପ୍ରାୟ ଛଅ ଘଣ୍ଟା ଥିଲା |

ସେହିପରି ବୁଡାପେଷ୍ଟରୁ ଦିଲ୍ଲୀରେ ପହଞ୍ଚିବା ପାଇଁ ପ୍ରାୟ ୬ ଘଣ୍ଟା ଉଡାଣ କରିଥିଲା | ପ୍ରତି ଘଣ୍ଟାରେ ସାତରୁ ଆଠ ଲକ୍ଷ ଖର୍ଚ୍ଚ ହେଉଥିବାବେଳେ ସେହି ଅନୁଯାୟୀ, ଗୋଟିଏ ବିମାନ ପିଛା ୧.୧୦ କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ ହେବ ବୋଲି ଆକଳନ କରାଯାଇଛି।

ସମ୍ବନ୍ଧିତ ଖବର