ନୌସେନାରେ ସାମିଲ ହେଲା ଏହି ଆମ୍ଫିବିୟସ ଯୁଦ୍ଧ ଜାହଜ, ଉଭୟ ଜଳ ଓ ସ୍ଥଳଭାଗରେ କାମ କରିପାରିବ

ପୋର୍ଟ ବ୍ଲେୟର : ଗତ ୧୯ ତାରିଖ ଦିନ ଭାରତୀୟ ନୌସେନାରେ ସାମିଲ ହୋଇଛି ଏହି ଆମ୍ଫିବିୟସ ଯୁଦ୍ଧ ଜାହଜ । ଏହା ଉଭୟ ଜଳ ସହିତ ସ୍ଥଳ ଭାଗରେ ମଧ୍ୟ କାମ କରିପାରିବ । ଏହାର ଉପଯୋଗ ଯୁଦ୍ଧ ଟ୍ୟାଙ୍କ, ଆର୍ମୋର୍ଡ ଭେଇକିଲ, ସୈନିକ ଏବଂ ଉପକରଣ ଜାହାଜରୁ ସ୍ଥଳ ଭାଗକୁ ପହଂଚିବା ପାଇଁ କରାଯାଉଛି । ଏହାକୁ ଆଣ୍ଡାମାନ ଓ ନିକୋବର କମାଣ ଅନ୍ତର୍ଗତ ମୁତୟନ କରାଯାଇଛି ତଥା ଏହାକୁ ଅନ୍ୱେଷଣ, ରକ୍ଷା ଏବଂ ବିପର୍ଯ୍ୟୟ ମୁକାବିଲା ଅଭିଯାନ, ଆପୂର୍ତ୍ତି ଏବଂ ଅନ୍ୟାନ୍ୟ ଗତିବିଧି ପାଇଁ ବ୍ୟବହାର କରାଯାଇଥାଏ ।

ଉପ-ନୌସେନା ପ୍ରମୁଖ ଭାଇସ ଆଡମିରାଲ ଅଜିତ କୁମାର ପି, ଏବିଏସଏମ, ବିଏସଏମ ଗତ ୧୯ ତାରିଖରେ ପୋର୍ଟ ବ୍ଲେୟାରରେ ‘ଆଇଏନ ଏଲସିୟୁ ଏଲ-୫୫’କୁ ନୌସେନାରେ ସାମିଲ କରିଛନ୍ତି । ଏହା ଏହି ପ୍ରକାରର ପଞ୍ଚମ ଯାହାଜ ଯାହାକୁ ନୌସେନାରେ ସାମିଲ କରାଯାଇଛି । ଏହି ଯାହାଜକୁ ଭାରତରେ ହିଁ ମେସର୍ସ ଗାର୍ଡେନ ରିଚ ସିପବିଲ୍ଡର୍ସ ଆଣ୍ଡ ଇଂଜିନିୟର୍ସ (ଜିଆରଏସଇ) କୋଲକାତା ନିର୍ମାଣ କରିଛି ।
ଏହି ଯାହାଜର କମାଣ ଲେଫ୍ଟେନାଣ୍ଟ କମାଣ୍ଡର ଅଭିଷେକ କୁମାରଙ୍କ ହାତରେ ରହିଛି । ଜାହାଜରେ ପାଞ୍ଚ ଅଧିକାରୀ ଏବଂ ୪୫ ଜଣ ନୌସୈନିକ ମହଜୁଦ ରହିଛନ୍ତି । ଏହି ଯାହାଜ ଟି-୭୨ ପରି ଭାରୀ ଟ୍ୟାଙ୍କ ଏବଂ ଅନ୍ୟ ବାହନ ନେଇଯିବାରେ ସକ୍ଷମ । ଏହି ଯାହାଜର ମୁତୟନ ଭାରତର ସାମୁଦ୍ରୀକ ସୁରକ୍ଷାର ଆବଶ୍ୟକତାକୁ ପୂରଣ କରିବା ପାଇଁ କରାଯାଇଛି ଏବଂ ଏହାର ନିର୍ମାଣ ପ୍ରଧାନମନ୍ତ୍ରୀଙ୍କ ମେକ ଇନ ଇଣ୍ଡିଆ ଅନୁରୂପ ଅଟେ ।

ସମ୍ବନ୍ଧିତ ଖବର