ବରଣମାଳା ରୀତିନୀତି ସମୟରେ ତଳେ ପଡ଼ିଗଲା ବର, କାରଣ ଜାଣି ବିବାହ କରିବାକୁ ମନା କଲା କନ୍ୟା

ଗାଜିଆବାଦ୍‌ : ଗାଜିଆବାଦ୍‌ର ଟ୍ରୋନିକା ସହରରେ ଘଟିଥିବା ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ବରଣମାଳା ସମୟରେ ବର ତଳେ ପଡ଼ିଯିବା ପରେ କନ୍ୟାପକ୍ଷ ଲୋକେ କିଛି ବୁଝି ପାରି ନ ଥିଲେ । ପରେ ବର ନିଶାଗ୍ରସ୍ତ ହୋଇ ପଡ଼ି ଯାଇଥିବା ଜାଣିବାକୁ ପାଇବା ପରେ କନ୍ୟା ବିବାହ ପାଇଁ ମନା କରି ଦେଇଥିବା ଜଣା ପଡ଼ିଛି ।

Newsd

ସୂଚନା ମୁତାବକ, ବରଯାତ୍ରୀ ଆସିବା ବାଟରେ ବରର ସାଙ୍ଗମାନେ ବାଧ୍ୟ କରି ବରକୁ ମଦ ପିଆଇ ଦେଇଥିଲେ । ଅଧିକ ମଦ ପିଇ ଦେଇଥିବାରୁ ବରଣମାଳା ସମୟରେ ଠିକ୍‌ ଭାବରେ ଠିଆ ହୋଇ ପାରି ନଥିଲା ବର । କିଛି ସମୟ ପରେ ନିୟନ୍ତ୍ରଣ ହରାଇ ବର ତଳେ ପଡ଼ିଯିବା ପରେ ବରପକ୍ଷ କନ୍ୟା ପକ୍ଷକୁ ପ୍ରକୃତ କାରଣ ଜଣାଇଥିଲେ । ଏହି ଘଟଣା ପରେ କନ୍ୟା ବିବାହ କରିବା ପାଇଁ ମନା କରି ଦେଇଥିଲା । ଏଥିରେ ପୁଲିସକୁ ସାମିଲ କରାଯିବା ପରେ ମଧ୍ୟ କନ୍ୟା ବିବାହ କରିବାକୁ ରାଜି ନ ହେବାରୁ ବରଯାତ୍ରୀ ଫେରି ଯାଇଥିଲେ । ବିବାହ ଅଧାରୁ ଏପରି ଘଟିବାରୁ କନ୍ୟାକୁ ନିଜ ଇଚ୍ଛା ଅନୁସାରେ ବିବାହ କରିବା ପାଇଁ ଘର ଲୋକ କହିଥିଲେ । ପରେ କନ୍ୟା ନିଜ ପସନ୍ଦର ଯୁବକଙ୍କୁ ପରେ ବିବାହ କଲେ ବୋଲି ଜଣାପଡ଼ିଛି ।

ସମ୍ବନ୍ଧିତ ଖବର