ଏହି କେନ୍ଦ୍ର ମନ୍ତ୍ରୀ ଓଡ଼ିଆ ପ୍ରେମିକ ପ୍ରେମିକାଙ୍କ ମନ କିଣିଛନ୍ତି

ନୂଆଦିଲ୍ଲୀ: ପଶ୍ଚିମବଙ୍ଗର ପ୍ରଭାବଶାଳୀ ବିଜେପି ନେତା ତଥା କେନ୍ଦ୍ର ମନ୍ତ୍ରୀ ବାବୁଲ ସୁପ୍ରିୟୋ। କେନ୍ଦ୍ର କ୍ୟାବିନେଟରେ ପରିବେଶ, ଜଙ୍ଗଲ ଓ ଜଳବାୟୁ ମନ୍ତ୍ରାଳୟର ଦାୟିତ୍ୱ ସମ୍ଭାଳିବେ। ପଶ୍ଚିମବଙ୍ଗର ଆସନସୋଲରୁ ବିଜେପି ଟିକଟରେ ଛିଡା ହୋଇ ନିର୍ବାଚନ ଲଢ଼ିଥିଲେ। ସେଠାରେ ମମତାଙ୍କ ତୃଣମୂଳ କଂଗ୍ରେସର ପ୍ରାର୍ଥୀଙ୍କୁ ହରାଇ ଜିତାପଟ ବି କରିଛନ୍ତି। ତେବେ ଓଡ଼ିଶାର ଯୁବପିଢ଼ି ବାବୁଲଙ୍କୁ କେନ୍ଦ୍ର ମନ୍ତ୍ରୀ ଭାବେ ଯେତିକି ଜାଣିନାହାନ୍ତି ଆଉ ଏକ ରୂପରେ ଜାଣନ୍ତି ।

କାରଣ ବାବୁଲ ଅନେକ ଓଡ଼ିଆ ରୋମାଣ୍ଟିକ ଗୀତ ଗାଇଛନ୍ତି, ଯାହାକି ଓଡ଼ିଶାର ତମାମ ପ୍ରେମିକପ୍ରେମିକାଙ୍କ ମନରେ ଘର କରିଛି | କେବଳ ତାଙ୍କ ଗୀତ ହୃଦୟକୁ ଛୁଇଁନି ବରଂ ଗୁଣୁଗୁଣେଇଛନ୍ତି ଅନେକ ପ୍ରେମପକ୍ଷୀ | ପ୍ରେମିକାର ପ୍ରତାରଣାରେ ସେ ପ୍ରାୟ ଗୀତ ଓଡ଼ିଆ ଶ୍ରୋତାଙ୍କୁ ଭେଟିଦେଇଛନ୍ତି। ବାହାହେଉଛି ପ୍ରେମିକା।| ସେମାନଙ୍କ ପ୍ରେମର ସନ୍ତକ ଥିବା ଚିଠିକୁ ଚିରିଦେବାକୁ ଗୀତରେ କହିବା ହେଉ କି ଏହି ମୋର ଶେଷ ଗୀତ ତୁମ ପାଇଁ ଗାଉଛି ଅନେକ ପ୍ରେମିକଙ୍କୁ ଲୁହରେ ଭିଜାଇଛି। ଠିକ ସେହିପରି ପିଲାଦିନର ସାଥି ମିଳିଛି,ସେଦିନର ବାଳିକାବଧୂକୁ ଏବେ ନିଜର କରିବାକୁ ପ୍ରେମିକର ଭାବନାକୁ ବି ସୁନ୍ଦର ଭାବେ ଉପସ୍ଥାପନା କରିଛନ୍ତି |

କେତେବେଳେ ସଜନୀ କୁ ଖୋଜିଛନ୍ତି ତ କେବେ ପୁଣି ଚୁମକି ମନେ ପଡିଛି। ଓଡ଼ିଆ ଶବ୍ଦକୁ ଅତି ନିଖୁଣ ଭାବେ ଉପସ୍ଥାପନା କରିଛନ୍ତି ଏହି କଣ୍ଠଶିଳ୍ପୀ। ହଳଦୀବସନ୍ତର ହଳଦୀ ରଙ୍ଗରେ କେତେ ପ୍ରେମିକା ନିଜକୁ ସଜେଇଛନ୍ତି କେତେ ପୁଣି ସୁନା ମଇନା ରୂପା ଆଇନା ଆଗରେ ନିଜକୁ ସଜାଇଛନ୍ତି।

ବାଳିକା ବଧୂ,ନଦୀରେ ନଦୀ ତୁଠ ତୋର କିଏ କଲା ଏତେ ହଳଦୀ,ଏହି ମୋର ଶେଷ ଗୀତ ତୁମ ପାଇଁ ଗାଉଛି,ଚିରି ଦେବା ଆଗରୁ ଚିଠି ଥରେ ପଢି ଦେଖ,ସଜନୀ ସଜନୀ ମୁଁ କାହାକୁ ଭଲ ପାଇନି,ହଳଦିବସନ୍ତ ଚଢେଇ ତୁ ଆଲୋ ହଳଦୀ ମୁହିଁ, ରୁପା ବଗିଚାରେ ତୁ ସୁନାର ଫୁଲ ପ୍ରମୁଖ ଗାଇଛନ୍ତି | ୯୦ ଦଶକରୁ ଆରମ୍ଭ ହୋଇଥିବା ବାବୁଲଙ୍କ ଗୀତ ଏବେ ବି ଯୁବପିଢ଼ିଙ୍କୁ ଢେର ସ୍ମୃତି ଦେଇଛି।

ସମ୍ବନ୍ଧିତ ଖବର