ସ୍ୱାଧୀନତା ଦିବସଠାରୁ ଦେଶରେ ହୋଇଥିବା ଏହି ବଡ଼ ପରିବର୍ତ୍ତନ ବିଷୟରେ ଜାଣନ୍ତୁ

ନୂଆଦିଲ୍ଲୀ: ସ୍ୱାଧୀନତା ଦିବସଠାରୁ ଦେଶରେ ଅନେକ ବଡ଼ ବଡ଼ ପରିବର୍ତ୍ତନ ହେଉଛି। ଆଜି ଜିଓ ବ୍ରଡ଼ବ୍ୟାଣ୍ଡ ସେବା ଓ ଜିଓଫୋନ୍‌-୨ ଲଞ୍ଚ ହୋଇଛି। ଅନ୍ୟପଟେ ଟ୍ରେନର ସମୟସାରଣୀରେ ପରିବର୍ତ୍ତନ, ଆୟୁଷ୍ମାନ ଭାରତ, ପତଞ୍ଚଳି ଓ ମେସେଜିଙ୍ଗ୍‌ ଆପ୍‌ କିମ୍ବୋ ବି ଅଗଷ୍ଟ ୧୫ଠାରୁ ଆରମ୍ଭ ହେଉଛି ।

ଆଜି ଠାରୁ ଟ୍ରେନର ସମୟସାରଣୀରେ ପରିବର୍ତ୍ତନ ହୋଇଛି । ନୂଆ ସମୟରେ ଚାଲିବ ଟ୍ରେନ୍‌ । ଅଗଷ୍ଟ ୧୫ରୁ ରାଜ୍ୟରେ ୩୪ଟି ଟ୍ରେନର ସମୟ ସାରଣୀରେ ପରିବର୍ତ୍ତନ କରାଯାଇଛି । ରାଜ୍ୟର ବିଭିନ୍ନ ଷ୍ଟେସନରୁ ନୂଆ ସମୟରେ ଟ୍ରେନଗୁଡ଼ିକ ଚଳାଚଳ କରିବ । କିଛି ଟ୍ରେନ୍‌ ବିଳମ୍ବରେ ଚାଲିବ ଆଉ କିଛି ଶୀଘ୍ର ।

ଏହା ବ୍ୟତୀତ ଜିଓରୁ ନୂଆ ଫିଚର ଫୋନ୍‌ ଓ ଗିଗାଫାଇବର ପାଇଁ ରେଜିଷ୍ଟ୍ରେସନ ଆରମ୍ଭ ହୋଇଛି । ରିଲାଏନ୍‌ସ ଜିଓ ପୁଣି ଥରେ ଧମାଲ କରିବାର ଅପେକ୍ଷାରେ ରହିଛି । ଗ୍ରାହକ ୱେବସାଇଟ୍‌ ଓ ମାଇଜିଓ ଆପରୁ ରେଜିଷ୍ଟ୍ରସନ କରିବା ପାଇଁ ପଡ଼ିବ । ଆଜି ଠାରୁ ଦେଶରେ ଜିଓର ନୂଆ ଫିଚର ଫୋନ୍‌ ଲଂଚ ହେଉଛି । ଯାହାର ମୂଲ୍ୟ ୨୯୯୯ ଟଙ୍କା ରହିଛି । ଏଥିରେ ଫେସବୁକ୍‌, ହ୍‌ୱାଟସଆପ୍‌ ଓ ୟୁଟ୍ୟବୁର ସୁବିଧା ମିଳିବ । ଏହାସହ ବର୍ତ୍ତମାନ ଚାଲୁଥିବା ଜିଓଫୋନ ସେବାର ଅପଡ଼େଟ୍‌ ହେବ ।

ଅଗଷ୍ଟ ୧୫ରୁ ଇ-କମର୍ସ ମାର୍କେଟରେ ମଧ୍ୟ ବିରାଟ ପରିବର୍ତ୍ତନ ହେବାକୁ ଯାଉଛି । ଆମାଜନର ପ୍ରାଇମ ସର୍ଭିସକୁ ଟକ୍କର ଦେବା ପାଇଁ ଫ୍ଲିପକାର୍ଟ ପ୍ଲସ୍‌ ସେବା ଆରମ୍ଭ ହେବାକୁ ଯାଉଛି । ଯେଉଁଠି ଆମାଜନ୍‌ ଏଥିପାଇଁ ଟଙ୍କା ନେଉଛି, ଫ୍ଲିପକାର୍ଟ ଏଥିପାଇଁ କୌଣସି ଚାର୍ଜ ଆଦାୟ କରିବ ନାହିଁ । ଗ୍ରାହକ ୱେବସାଇଟରୁ ଜିନିଷ କିଣିବା ଦ୍ୱାରା ପଏଂଟ ମିଳିବ ।

ଏହା ବ୍ୟତୀତ ଯୋଗଗୁରୁ ରାମଦେବ ହ୍ଵାଟସଆପକୁ ଟକ୍କର ଦେବାପାଇଁ ସ୍ୱଦେଶୀ ମୋବାଇଲ ମେସେଜିଙ୍ଗ ଆପ୍‌ କିମ୍ବୋର ପୁଣି ଥରେ ଲଂଚ କରାଯାଇଛି। ଏହି ଆପକୁ ପୂର୍ବରୁ ମଧ୍ୟ ଲଞ୍ଚ କରାଯାଇଥିଲା କିନ୍ତୁ ତ୍ରୁଟିବଶତଃ ଏହାକୁ ହଟାଇ ଦିଆଯାଇଥିଲା। ଏବେ ପୁଣି ଥରେ ହ୍ଵାଟସଆପକୁ ଟକ୍କର ଦେବା ପାଇଁ କିମ୍ବୋ ଆପ୍‌ ପ୍ରସ୍ତୁତ ହେଉଛି ।

ସମ୍ବନ୍ଧିତ ଖବର