ନୂଆଦିଲ୍ଲୀ: ଯୌନ ସଂକ୍ରମିତ ରୋଗ (ଏସଟିଡି) ଏବଂ କିଶୋରବସ୍ଥାରେ ଗର୍ଭଧାରଣକୁ ରୋକିବା ସହ ସୁରକ୍ଷିତ ଯୌନ ସମ୍ପର୍କକୁ ପ୍ରୋତ୍ସାହିତ କରିବା ଉଦ୍ଦେଶ୍ୟରେ ଥାଇଲାଣ୍ଡ ସରକାର ଭାଲେଣ୍ଟାଇନ୍ସ ଡେ’ ପୂର୍ବରୁ ୯୫ ନିୟୁତ ମାଗଣା କଣ୍ଡୋମ ବାଣ୍ଟିବା ପାଇଁ ନିଷ୍ପତ୍ତି ନେଇଛନ୍ତି।
ଥାଇଲାଣ୍ଡ ସରକାର ଦକ୍ଷିଣ ପୂର୍ବ ଏସୀୟ ଦେଶରେ ପ୍ରଚଳିତ ସାଂସ୍କୃତିକ ରକ୍ଷଣଶୀଳତାର ବିପରୀତରେ ଯାଇ ଏହିପରି ଏକ ପ୍ରଗତିଶୀଳ ଆଭିମୁଖ୍ୟ ଗ୍ରହଣ କରିଛନ୍ତି। ଥାଇ ସରକାରଙ୍କ ପକ୍ଷରୁ ଏକ ବିବୃତିରେ କୁହାଯାଇଛି ଯେ ମାଗଣା କଣ୍ଡୋମ ବିତରଣ ଅଭିଯାନ ରୋଗକୁ ରୋକିବାରେ ଏବଂ ଜନସ୍ୱାସ୍ଥ୍ୟକୁ ପ୍ରୋତ୍ସାହିତ କରିବାରେ ସାହାଯ୍ୟ କରିବ।
/sambad/media/post_attachments/wp-content/uploads/2023/02/A2-copy.jpg)
ଚାରିଟି ଆକାରରେ ପ୍ରସ୍ତୁତ କଣ୍ଡୋମ ଦେଶର ଫାର୍ମାସି ଏବଂ ଡାକ୍ତରଖାନାରେ ଦିଆଯିବ, ଯାହା ସିଫିଲିସ୍, ଏଡ୍ସ, ଗର୍ଭାଶୟ କର୍କଟ, ଗନୋରିଆ ଏବଂ କ୍ଲାମିଡିଆ ସମେତ ଏସଟିଡିକୁ ରୋକିବାରେ ଫଳପ୍ରଦ ହେବ। ପ୍ରସଙ୍ଗକ୍ରମେ ଉଲ୍ଲେଖଯୋଗ୍ୟ, ୨୦୨୧ରେ ସିଫିଲିସ୍ ଏବଂ ଗନୋରିଆ ଥାଇଲାଣ୍ଡରେ ପ୍ରବଳ ବ୍ୟାପିଥିଲା। ସମସ୍ତ ଯୌନ ସଂକ୍ରମିତ ରୋଗର ଅଧାରୁ ଅଧିକ ଥିଲା ଏହି ରୋଗ । ଏହି ସଂକ୍ରମଣ ବର୍ଷ ବର୍ଷ ଧରି କ୍ରମାଗତ ଭାବେ ବୃଦ୍ଧି ପାଇବାରେ ଲାଗିଛି।
ସରକାରୀ ତଥ୍ୟ ଅନୁଯାୟୀ, ଏସଟିଡି ସଂକ୍ରମଣର ସର୍ବାଧିକ ବିପଦ ଥିବା ବୟସ ଗୋଷ୍ଠୀ ହେଉଛି ୧୫ରୁ ୧୯ ଓ ୨୦ରୁ ୨୪ ବର୍ଷ ବୟସ୍କ ବର୍ଗ । ଏହାକୁ ଦୃଷ୍ଟିରେ ରଖି ଥାଇଲାଣ୍ଡ ସରକାର ଚଳିତ ବର୍ଷ ଭାଲେଣ୍ଟାଇନ୍ସ ଡେ’ ପୂର୍ବରୁ ୯୫ ନିୟୁତ ମାଗଣା କଣ୍ଡୋମ ବାଣ୍ଟିବା ପାଇଁ ନିଷ୍ପତ୍ତି ନେଇଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/02/Free-Condom-Before-Valentines-Day_Thumbnail.jpg)