ଚାଲନ୍ତୁ, ଏଥର ଦୀପାବଳିରେ ‘ଭାରତ୍‌ କି ଲକ୍ଷ୍ମୀ’ ପାଳନ କରିବା: ପ୍ରଧାନମନ୍ତ୍ରୀ ମୋଦୀ

ନୂଆଦିଲ୍ଲୀ: ଚାଲନ୍ତୁ, ଏଥର ଦୀପାବଳିରେ ‘ଭାରତକି ଲକ୍ଷ୍ମୀ’ ପାଳନ କରିବା। ଚାଲନ୍ତୁ, ଆମ ନାରୀ ଶକ୍ତିର ନୈପୁଣତା ଏବଂ ଶକ୍ତି ପାଳନ କରିବା- ଆଜି ରେଡିଓ କାର୍ଯ୍ୟକ୍ରମ ‘ମନ୍‌କି ବାତ୍‌’ରେ ଏ କଥା କହିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ। ସେ କହିଲେ: ମୋର ପ୍ରିୟ ଭାଇ ଓ ଭଉଣୀମାନେ, ଧନଦେବୀ ଲକ୍ଷ୍ମୀ, ସୌଭାଗ୍ୟ ଓ ସମୃଦ୍ଧି ରୂପେ ପ୍ରତ୍ୟେକଙ୍କ ଘରେ ପ୍ରବେଶ କରନ୍ତି। ଅବଶ୍ୟ ଲକ୍ଷ୍ମୀଙ୍କୁ ପ୍ରଥାମତେ ସ୍ୱାଗତ କରାଯିବା ଉଚିତ। ଆମେ ଏ ବର୍ଷ ତାଙ୍କୁ ସ୍ୱାଗତ ଜଣାଇ ପାରିବା କି? ଆମ ସଂସ୍କୃତିରେ ଝିଅମାନଙ୍କୁ ଲକ୍ଷ୍ମୀ ବୋଲି ବିବେଚନା କରାଯାଏ। ଝିଅମାନଙ୍କୁ ସହାୟତା କରିବାକୁ ଆମେ ଗାଁ, ନଗର ଏବଂ ମହାନଗରରେ କାର୍ଯ୍ୟକ୍ରମ ଆୟୋଜନ କରିବା କି?

ଅଧିକ କିଛି କରିବାକୁ ଆମେ ଆମ ଝିଅମାନଙ୍କର କୃତିତ୍ୱ ସାମାଜିକ ଗଣମାଧ୍ୟମରେ ପ୍ରସାରଣ କରିପାରିବା। hashtag #BHARATKILAXMI ବ୍ୟବହାର କରି ଆମେ ବିଶାଳ ଅଭିଯାନ #Selfiwithdaughter ଚଳାଇ ପାରିବା।

କାର୍ଯ୍ୟକ୍ରମ ଆରମ୍ଭରେ ପ୍ରଧାନମନ୍ତ୍ରୀ ଖ୍ୟାତନାମା ଗାୟିକାଙ୍କୁ ଅଭିନନ୍ଦନ ଜଣାଇଥିଲେ। ଶୁକ୍ରବାର ଦିନ ଲତା ମଙ୍ଗେସକରଙ୍କୁ ୯୦ ବର୍ଷ ହେଲା। ସେ କହିଲେ, ଏମିତି କେହି ନ ଥିବେ ଯିଏ ଲତା ମଙ୍ଗେସକରଙ୍କୁ ସମ୍ମାନ ପ୍ରଦର୍ଶନ କରନ୍ତି ନାହିଁ। ଆମ୍ଭମାନଙ୍କ ମଧ୍ୟରୁ ଅଧିକାଂଶଙ୍କ ଠାରୁ ସେ ବୟୋଜ୍ୟେଷ୍ଠା ଏବଂ ଦେଶର ବିଭିନ୍ନ ଯୁଗ ଦେଖିଛନ୍ତି। ଆମେ ତାଙ୍କୁ ‘ଦିଦି’ ବୋଲି ସମ୍ବୋଧନ କରୁ।

Image Source: India TV

ପାର୍ବଣ ବେଳା ଅବସରରେ ପ୍ରଧାନମନ୍ତ୍ରୀ ମୋଦୀ ଅଭିନନ୍ଦନ ଜଣାଇ କହିଲେ: ପ୍ରିୟ ଦେଶବାସୀ ଆଜି ନବରାତ୍ରୀ ଠାରୁ ପାର୍ବଣ ବେଳା ଆରମ୍ଭ ହୋଇଛି। ଚାଲନ୍ତୁ, ପାର୍ବଣ ବେଳାରେ ଆନନ୍ଦ ବିତରଣ କରିବା। ପୂଜାରେ କିଛି ଗ୍ରହଣ କରିବା ବେଳେ କିଛି ବାଣ୍ଟିବା କଥା ବି ଭାବନ୍ତୁ।

ଅରୁଣାଚଳ ପ୍ରଦେଶରୁ ଜଣେ ଛାତ୍ର ଲେଖିଥିବା ଚିଠିର କଥା କହିଲେ ପ୍ରଧାନମନ୍ତ୍ରୀ। ପିଲାଟି ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଅନୁରୋଧ କରିଛି: ଏକ୍ଜାମ୍‌ ଓ୍ଵାରିଅର୍ସର ଦ୍ୱିତୀୟ ସଂସ୍କରଣରେ ଦୟାକରି ଆପଣ ପିତାମାତା ଏବଂ ଶିକ୍ଷକମାନଙ୍କ ଉପରେ ଅଧିକ କିଛି ଲେଖି ପାରିବେ କି? ଛାତ୍ରଛାତ୍ରୀମାନଙ୍କ ପାଇଁ ଚାପମୁକ୍ତ ପରୀକ୍ଷା ସୃଷ୍ଟି କରିବା ପାଇଁ ବିଚାରଧାରା ଜଣାଇବା ପାଇଁ ପ୍ରଧାନମନ୍ତ୍ରୀ ପିତାମାତା ଓ ଶିକ୍ଷକମାନଙ୍କୁ କହିଛନ୍ତି।

ୟୁଏସ୍‌ ଓପେନ୍‌ ରନର୍‌-ଅପ୍‌ ରୁଷ୍‌ର ଡାନାଇଲ୍‌ ମେଦ୍‌ଭେଦେବ୍‌ଙ୍କ ବିନମ୍ରତା, ସରଳତା ଏବଂ କ୍ରୀଡ଼ାବିତୀୟ ଉଚ୍ଛ୍ୱାସ ପ୍ରେରଣାପ୍ରଦ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।

ତମାଖୁ ନିଶା ହୋଇଥିବାରୁ ତରୁଣମାନଙ୍କ ମାନସିକ ବିକାଶକୁ ପ୍ରଭାବିତ କରେ। ତମାଖୁ ଖାଉଥିବା ଲୋକେ କର୍କଟ ରୋଗ, ମଧୁମେହ, ରକ୍ତଚାପ ଆଦି ରୋଗର ସରବ୍ୟ ହୁଅନ୍ତି। ଇ-ସିଗାରେଟ୍‌ର କୁପ୍ରଭାବ ଉପରେ ଆଲୋକପାତ କରି ଏହାକୁ ଏଡ଼ାଇବା ନିମନ୍ତେ ପ୍ରଧାନମନ୍ତ୍ରୀ ଲୋକମାନଙ୍କୁ, ବିଶେଷଭାବେ ଯୁବକମାନଙ୍କୁ କହିଛନ୍ତି। ସେ କହିଲେ: ଇ-ସିଗାରେଟ୍‌ ନିଷିଦ୍ଧ କରାଗଲା, ତେଣୁ ତାହା ଆଉ ଦେଶର ଯୁବକମାନଙ୍କୁ ନଷ୍ଟ କରିପାରିବ ନାହିଁ।

Image Source: The Tribune

ଭଗିନୀ ମେରିୟମ୍‌ ତ୍ରେସିଆଙ୍କର ସନ୍ଥତ୍ୱ ଅକ୍ଟୋବର ୧୩ ତାରିଖ ଦିନ। ପ୍ରଧାନମନ୍ତ୍ରୀ ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ମହାମାନ୍ୟ ପୋପ୍‌ ଫ୍ରାନ୍‌ସିସ୍‌ ତାଙ୍କୁ ସନ୍ଥ ଭାବେ ଘୋଷଣା କରିବା ପ୍ରତି ଭାରତୀୟଙ୍କ ନିମନ୍ତେ ଗୌରବର ବିଷୟ। ଭଗିନୀ ତ୍ରେସିଆଙ୍କୁ ମୋର ଶ୍ରଦ୍ଧାଞ୍ଜଳି।

ସମଗ୍ର ଭାରତରେ ‘ପ୍ଲଗିଙ୍ଗ୍‌’କୁ ଜନପ୍ରିୟ କରିଥିବା ରିପୁଦମନଙ୍କ ସହ କଥାବାର୍ତ୍ତା କଲେ ପ୍ରଧାନମନ୍ତ୍ରୀ ମୋଦୀ। ସ୍ୱତନ୍ତ୍ର ଅତିଥି ଭାବେ ସେ ପ୍ରଧାନମନ୍ତ୍ରୀଙ୍କ ସହ କଥାବାର୍ତ୍ତା କରିଛନ୍ତି। ସେ ସମଗ୍ର ଭାରତରେ ଦୌଡ଼ ଏବଂ ସଫେଇ ଆନ୍ଦୋଳନ ଉପରେ କାମ କରୁଛନ୍ତି।

କ୍ରୀଡ଼ା ମନ୍ତ୍ରାଳୟ ଅକ୍ଟୋବର ୨ ତାରିଖ ଦିନ ୨ କିମି ଦୀର୍ଘ ‘ପ୍ଲଗିଙ୍ଗ୍‌’ କସରତ ଆୟୋଜନ କରିଛି।

ପର୍ଯ୍ୟଟନର ବିକାଶ ପାଇଁ ପ୍ରଧାନମନ୍ତ୍ରୀ ଲୋକମାନଙ୍କୁ କହିଲେ: ବିଶ୍ୱ ଭ୍ରମଣ ଏବଂ ପର୍ଯ୍ୟଟନ ସୂଚୀରେ ଭାରତର ସ୍ଥାନ ୬୫ ରୁ ୩୪କୁ ଆସିଛି। ପାର୍ବଣ ଛୁଟିରେ ଦେଶର ବିଭିନ୍ନ ଅଞ୍ଚଳକୁ ବୁଲି ଯାଆନ୍ତୁ। ଅକ୍ଟୋବର ୩୧ ତାରିଖ ସର୍ଦାର ବଲ୍ଲଭଭାଇ ପଟେଲଙ୍କ ଜନ୍ମଦିନରେ ସମଗ୍ର ଦେଶ ‘ରନ୍‌ ଫର୍‌ ୟୁନିଟି’ରେ ଧାଇଁବ। ଭାରତର ଅନ୍ୟୂନ ୧୫ଟି ଭିନ୍ନ ଭିନ୍ନ ସ୍ଥାନକୁ ଯାତ୍ରା କରନ୍ତୁ।

ସମ୍ବନ୍ଧିତ ଖବର