ଆଜିର ଯୁଗ ଯୁଦ୍ଧର ନୁହେଁ, ଶାନ୍ତିର : ମୋଦୀ

ସମରକନ୍ଦ : ଆଜିର ଯୁଗ ଯୁଦ୍ଧର ନୁହେଁ, ଶାନ୍ତିର ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରୁଷର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ କହିଛନ୍ତି । ସାଂଘାଇ ସହଯୋଗ ସଂଗଠନର ସମ୍ମିଳନୀ ଅବସରରେ ଦୁଇ ନେତାଙ୍କ ମଧ୍ୟରେ ହୋଇଥିବା ସାକ୍ଷାତ ଅବସରରେ ମୋଦୀ ଏହା କହିଥିଲେ ।

ଆଜିର ଯୁଗ ଯୁଦ୍ଧର ନୁହେଁ, ଶାନ୍ତିର, ଏକଥା ଆମେ ଫୋନରେ ହୋଇଥିବା ଆଲୋଚନା ବେଳେ କହିଥିଲି । ଆମେ କିପରି ଶାନ୍ତିର ପଥରେ ଆଗେଇବା ସେ ସଂପର୍କରେ ଆଜି ଆମେ ଆଲୋଚନା କରିବାକୁ ସୁଯୋଗ ପାଇଛୁ । ଭାରତ ଓ ରୁଷ ଅନେକ ଦଶନ୍ଧି ଧରି ପରସ୍ପରର ସହଯୋଗୀ ହୋଇ ରହିଛନ୍ତି । ଦ୍ବିପାକ୍ଷିକ ସମ୍ପର୍କ ଓ ଅନ୍ୟ ପ୍ରସଙ୍ଗରେ  ଆମେ ଟେଲିଫୋନରେ ଅନେକ ଥର ଆଲୋଚନା କରିଛୁ । ଖାଦ୍ୟ, ସାର ଓ ଇନ୍ଧନ ନିରାପତ୍ତା ସଂପର୍କରେ ଆମେ ରାସ୍ତା ବାହାର କରିପାରିବୁ । ସେହିପରି ଭାରତୀୟ ଛାତ୍ରଛାତ୍ରୀଙ୍କୁ ଉଦ୍ଧାର କରିବାରେ ସହାୟତା କରିଥିବାରୁ ସେ ଉଭୟ ରୁଷ ଓ ୟୁକ୍ରେନକୁ ଧନ୍ୟବାଦ ଜଣାଇଛନ୍ତି ।

ଏହି ଅବସରରେ ପୁଟିନ ମୋଦୀଙ୍କୁ କହିଥିଲେ, ୟୁକ୍ରେନ ପ୍ରସଙ୍ଗରେ ଆପଣଙ୍କ ଆଭିମୁଖ୍ୟ ଓ ଚିନ୍ତା ଆମେ ଜାଣିଛୁ । ଆମେ ସମସ୍ତେ ଚାହୁଁଛୁ ଏହି ସମସ୍ୟାର ଯଥାଶୀଘ୍ର ସମାଧାନ ହେଉ ବୋଲି । କିନ୍ତୁ ୟୁକ୍ରେନ ଯୁଦ୍ଧ ବନ୍ଦ କରିବାକୁ ଚାହୁଁନାହିଁ । ସେଠାରେ କଣ ଘଟୁଛି ଆମେ ଆପଣଙ୍କୁ ସୂଚନା ଦେଇଚାଲିବୁ । ପୁଟିନ ମଧ୍ୟ ମୋଦୀଙ୍କୁ ରୁଷ ଗସ୍ତ ପାଇଁ ନିମନ୍ତ୍ରଣ କରିଛନ୍ତି ।

 

ସମ୍ବନ୍ଧିତ ଖବର