ଏ ସରକାର ସବୁ ବର୍ଗର ଲୋକଙ୍କର ଆଶା ଓ ଆକାଙ୍‌କ୍ଷା ପୂରଣ କରୁଛନ୍ତି: ରାଷ୍ଟ୍ରପତି କୋବିନ୍ଦ

ନୂଆଦିଲ୍ଲୀ: ବଜେଟ୍‌ ଅଧିବେଶ ଆରମ୍ଭ ହେବା ପୂର୍ବରୁ ଗୁରୁବାର ଦିନ ସଂସଦର ଉଭୟ ଗୃହର ସଦସ୍ୟମାନଙ୍କୁ ରାଷ୍ଟ୍ରପତି ରାମନାଥ କୋବିନ୍ଦ ସମ୍ଭାଷଣ ଦେଇଛନ୍ତି। ରାଷ୍ଟ୍ରପତି କୋବିନ୍ଦ ତାଙ୍କର ଅଭିଭାଷଣରେ କେନ୍ଦ୍ର ସରକାର ଗ୍ରହଣ କରିଥିବା ଯୋଜନା ଓ ଆରମ୍ଭ କରିଥିବା ଜନମଙ୍ଗଳ କାର୍ଯ୍ୟକ୍ରମ ସବୁକୁ ତାଲିକାଭୁକ୍ତ କରିଥିଲେ।

ସେ କହିଲେ କି, ଏ ସରକାର ସବୁ ବର୍ଗର ଲୋକଙ୍କର ଆଶା ଓ ଆକାଙ୍‌କ୍ଷା ପୂରଣ କରୁଛନ୍ତି। ୨୦୧୪ ଯାଏଁ ଦେଶ ଅନିଶ୍ଚିତା ମଧ୍ୟରେ ଗତି କରି ଆସୁଥିଲା। ଏ ସରକାର ଆସିବା ସହ ଅନେକ ପରିବର୍ତ୍ତନ ଆସିବାରୁ ଉନ୍ନତିର ରୂପ ବଦଳି ଯାଇଛି।

ଆମେ ଜାଣନ୍ତି ସ୍ୱାସ୍ଥ୍ୟ ନିମନ୍ତେ ଖର୍ଚ୍ଚ ଗରିବଙ୍କୁ ଆହୁରି ଗରିବ କରି ପକାଏ। ଏ ସରକାର ସେ ନିମନ୍ତେ ଆୟୁଷ୍ମାନ ଯୋଜନା କରିଛନ୍ତି। ଏହି ଯୋଜନାରେ ୧୦ ଲକ୍ଷରୁ ଅଧିକ ଲୋକ ଉପକୃତ ହୋଇଛନ୍ତି।

୨୧ କୋଟିରୁ ଅଧିକ ଲୋକ ପ୍ରଧାନମନ୍ତ୍ରୀ ସୁରକ୍ଷା ବୀମା ଯୋଜନାରୁ ଉପକାର ପାଇଛନ୍ତି। ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଅଭିଯାନରୁ ମଧ୍ୟ ୫୦ କୋଟିରୁ ଅଧିକ ଲୋକ ଉପକୃତ ହୋଇଛନ୍ତି।

ପ୍ରଧାନମନ୍ତ୍ରୀ ସୌଭାଗ୍ୟ ଯୋଜନାରେ ୨, ୪୭, ୦୦, ୦୦୦ ଘରକୁ ବିଜୁଳି ଯୋଗାଇ ଦିଆଯାଇଛି।

ମୁଦ୍ରା ଯୋଜନାରେ ୧୫ କୋଟିରୁ ଅଧିକ ଲୋକ ଉପକୃତ ହୋଇଛନ୍ତି ଏବଂ ୪ କୋଟି ଲୋକ ନିଜସ୍ୱ ବ୍ୟବସାୟ ଆରମ୍ଭ କରିଛନ୍ତି।
ସରକାର ୧୦% ଇଡବ୍ଲୁଏସ୍‌ ବିଲ୍‌ ଏବଂ ତିନ୍‌ ତଲାକ୍‌ ବିଲ୍‌ ଆଗତ କରିଛନ୍ତି। ସମାଜରେ ସାମାଜିକ ଓ ଲିଙ୍ଗଗତ ନ୍ୟାୟ ଆଣିବା ନିମନ୍ତେ ଆମେ ବଦ୍ଧପରିକର।

କୃଷକମାନଙ୍କର ଉପାର୍ଜନ ବଢ଼ାଇବା ଲାଗି ମଧ୍ୟ ଏ ସରକାର ପ୍ରତିଶ୍ରୁତିବଦ୍ଧ। କୃଷକମାନେ ପ୍ରକୃତରେ କ’ଣ ଚାହାଁନ୍ତି ଆମେ ତାହା ଜାଣୁ। ଉନ୍ନତ କୃଷି ଯନ୍ତ୍ରପାତି, ଅଧିକ ଅମଳକ୍ଷମ ବିହନ ଏବଂ ଉତ୍ତମ ସାର ଉପରେ ଏ ସରକାର ଗୁରୁତ୍ୱାରୋପ କରୁଛନ୍ତି।

ଅପ୍‌ଟିକ୍‌ ଫାଇବର୍‌ ଦ୍ୱାରା ୧, ୧୬, ୦୦୦ ପରିବାର ଡିଜିଟାଲ୍‌ ସଂଯୋଗ ପାଇଛନ୍ତି। ୨୦୧୪ ବେଳକୁ ମାତ୍ର ୫୯ଟି ପରିବାର ଏହି ସୁବିଧା ପାଇଥିଲେ।

ଏ ସରକାରଙ୍କ ଦ୍ୱାରା ପ୍ରାୟ ୩୪ କୋଟି ଜନଧନ ଜମାଖାତା ଖୋଲା ଯାଇଛି। ଏହି ଜମାଖାତାରେ ୮୮୦୦୦ କୋଟି ଟଙ୍କା ଜମା ହୋଇଛି। ଯୋଜନାର ହିତ ସିଧାସଳଖ ଏହି ଆକାଉଣ୍ଟ୍‌ ଯୋଗେ ହିତାଧିକାରୀଙ୍କ ନିକଟକୁ ପଠାଯାଉଛି। ୨୦୧୪ ରୁ ୨୦୧୭ ମଧ୍ୟରେ ୫୫% ବ୍ୟାଙ୍କ୍‌ ଆକାଉଣ୍ଟ୍‌ ଖୋଲା ଯାଇଛି।

ନିର୍ଯାତନାର ସରବ୍ୟ ହୋଇ ଭାରତରେ ଶରଣ ନେଇଥିବା ବ୍ୟକ୍ତିବିଶେଷଙ୍କୁ ଭାରତୀୟ ନାଗରିକତ୍ୱ ପ୍ରଦାନ କରିବା ସୁଗମ କରାଇବ ନାଗରିକ ସଂଶୋଧନ ବିଲ୍‌। ସେମାନେ ନିର୍ଦୋଷ; ପରିସ୍ଥିତିର ଦୁର୍ଗତ।

ଦୁର୍ନୀତି ଦମନ ଏବଂ କଳାଟଙ୍କା ମୂଳପୋଛ କରିବା ନିମନ୍ତେ ସରକାର ଅନେକ ପଦକ୍ଷେପ ନେଇଛନ୍ତି। ଟିକସ ସ୍ୱର୍ଗ ବୋଲି ପାରମ୍ପରିକ ଭାବେ କୁହାଯାଉଥିବା ଦେଶଗୁଡ଼ିକ ସହ ନୂତନ ରାଜିନାମା ସ୍ୱାକ୍ଷରିତ ହୋଇଛି। ବେନାମି ଆଇନ୍‌ ନାମରେ ଏକ ନୂତନ କଠୋର ଆଇନ ସରକାର ପ୍ରଣୟନ କରିବେ। ପ୍ରସାରଣରୁ କଳାଟଙ୍କା ହଟାଇବା ଥିଲା ବିମୁଦ୍ରାୟନର ଲକ୍ଷ୍ୟ।

ବ୍ୟବସ୍ଥାରେ ତ୍ରୁଟିବିଚ୍ୟୁତି ଯାଞ୍ଚ କରିବାକୁ ସରକାର ପ୍ରଯୁକ୍ତିବିଦ୍ୟା ବ୍ୟବହାର କରୁଛନ୍ତି। ଏହାଦ୍ୱାରା ଆମେ ୮ କୋଟି ଜାଲ ହିତାଧିକାରୀଙ୍କୁ ଚିହ୍ନଟ କରିଛୁ। ‘ଏକ ଦେଶ ଏକ ଟିକସ ବ୍ୟବସ୍ଥା’ ନିମନ୍ତେ ସମଗ୍ର ଦେଶରେ ଜିଏସ୍‌ଟି ପ୍ରଣୟନ କରାଯାଇଛି।

ବୋଗିବୀଲ୍‌ ପୋଲ ହେଉ କି, େଓ୍ଵଷ୍ଟର୍ଣ୍ଣ ପେରିଫେରାଲ୍‌ ଏକ୍ସପ୍ରେସ୍‌େଓ୍ଵ ହେଉ, ଠିକଣା ସମୟରେ ପ୍ରକଳ୍ପ ସମାପନ କରିବାରେ ସରକାରଙ୍କର ସୁନାମ ରହିଛି।

ଲୋକେ ଆଉ ଲମ୍ବାଧାଡ଼ି ବାନ୍ଧି ଠିଆ ହେଉ ନାହାନ୍ତି। ସମଗ୍ର ଦେଶରେ ୪୦୦ରୁ ଅଧିକ ପାସ୍‌ପୋର୍ଟ କେନ୍ଦ୍ର ହେଲାଣି।

ଗଙ୍ଗା ନଦୀର ସଫେଇ ଯୋଜନା ଲାଗି ଏ ସରକାର ଅଙ୍ଗୀକାରବଦ୍ଧ। ପ୍ରକ୍ରିୟା ତ୍ୱରାନ୍ଵିତ କରିବାକୁ ଆମେ ପାଣ୍ଠି ମଞ୍ଜୁର କରିଛୁ।

ପାକିସ୍ତାନ ବିରୋଧରେ ସର୍ଜିକାଲ୍‌ ଷ୍ଟ୍ରାଇକ୍‌ କରି ସରକାର ଗୋଟିଏ ନୂତନ ଉଦାହଣ ସ୍ଥାପନା କରିଛନ୍ତି।

ରାଜ୍ୟରେ ଆତଙ୍କବାଦୀ ସମସ୍ୟାର ସମାଧାନ କରି ସରକାର ଜମ୍ମୁ ଓ କଶ୍ମୀରର ଉନ୍ନତି ଲାଗି ବଦ୍ଧପରିକର।

ଅସ୍ତ୍ରାଗାରରେ ରାଫେଲ୍‌ ଲଢୁଆ ବିମାନ ସାମିଲ କରି ସରକାର ଦେଶର ସାମରିକ ଉପକରଣକୁ ମଜଭୁତ କରୁଛନ୍ତି।

ସମ୍ବନ୍ଧିତ ଖବର