ଏହି ରେସ୍ତୋରାଁରେ ପ୍ଲେଟ୍‌ରେ ଖାଇବା ଛାଡ଼ିଲେ ଦେବାକୁ ହେବ ଜରିମାନା! ଯିବା ପୂର୍ବରୁ ଜାଣି ନିଅନ୍ତୁ ପୂରା ଘଟଣା

ଚେନ୍ନାଇ: କିଛି ଲୋକଙ୍କର ବାହାରେ ହେଉ କି ଘରେ,ଖାଇ ସାରିବା ପରେ ପ୍ଲେଟ୍‌ରେ ଖାଦ୍ୟ ବଳକା ରଖିବାର ଅଭ୍ୟାସ ରହିଥାଏ । ଘରେ ହେଉ କି ହୋଟେଲ ପ୍ରାୟ ଲୋକ ଖାଦ୍ୟ ନଷ୍ଟ କରିଥାନ୍ତି । କିନ୍ତୁ ତାମିଲନାଡୁରେ ଏକ ଏମିତି ହୋଟେଲ ରହିଛି ଯେଉଁଠି ଖାଇବା ନଷ୍ଟ କଲେ ଗ୍ରାହକଙ୍କୁ ଜରିମାନା ଦେବାକୁ ପଡ଼ିଥାଏ । ତେଲେଙ୍ଗାନାର ଓ୍ଵରଙ୍ଗଲ ଜିଲ୍ଲାସ୍ଥିତ କେଦାରୀ ଫୁଡ୍‌ କୋର୍ଟରେ ଖାଇବା ନଷ୍ଟ କଲେ ଲୋକାମାନେ ଜରିମାନା ଦେଇଥାନ୍ତି । ରେସ୍ତୋରାଁର ପ୍ରମୋଟର ଲିଙ୍ଗାଲ କେଦାରୀ ଏହି ନିୟମ ଲାଗୁ କରିଥିଲେ । ଏହି ନିୟମ ରେସ୍ତୋରାଁର ଡ଼ିସ୍‌ପ୍ଲେ ବୋର୍ଡରେ ମଧ୍ୟ ଲେଖା ଯାଇଛି ।

Morning Advertiser

ଖାଇବା ଛାଡ଼ି ଗ୍ରାହକଙ୍କୁ ଜରିମାନା ଆକାରରେ ୫୦ଟଙ୍କା ଲେଖାଏଁ ଦେବାକୁ ହେବ ବୋଲି ଡ଼ିସ୍‌ପ୍ଲେ ବୋର୍ଡରେ ଲେଖା ଯାଇଛି । ଏହି ନିୟମ ରେସ୍ତୋରାଁ ତରଫରୁ ଦୁଇ ବର୍ଷ ହେଲାଣି ଲାଗୁ କରାଯାଇଛି । ଏ ପର୍ଯ୍ୟନ୍ତ ଜରିମାନା ରାଶି ୧୪,୦୦୦ ପହଞ୍ଚିଥିବା ଜଣା ପଡ଼ିଛି । ଗ୍ରାହକଙ୍କଠାରୁ ଜରିମାନା ଆକାରରେ ଅଣା ଯାଉଥିବା ଅର୍ଥ ଅନାଥ ଆଶ୍ରମକୁ ଦିଆଯିବ ବୋଲି କହିଛନ୍ତି କେଦାରୀ ।

ସମ୍ବନ୍ଧିତ ଖବର