‘ଶସ୍ତ୍ରପୂଜା’ ସମାଲୋଚନାର ଜବାବ ଦେଇ କହିଲେ ରାଜନାଥ: ଏଇଟା ଆମର ବିଶ୍ୱାସ, ଲୋକେ ଯାହା ଇଚ୍ଛା ତାହା କୁହନ୍ତୁ

ନୂଆଦିଲ୍ଲୀ: ଫ୍ରାନ୍‌ସ୍‌ ଗସ୍ତରୁ ଆସି ଗୁରୁବାର ରାତିରେ ଭାରତରେ ପହଞ୍ଚି ଥିବା ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ରାଫେଲ୍‌ ନିମନ୍ତେ କରାଯାଇଥିବା ‘ଶସ୍ତ୍ରପୂଜା’ ପାଇଁ ବିରୋଧୀଙ୍କ ସମାଲୋଚନାର ଜବାବ ଦେଇ କହିଲେ ଯେ ସେ ଯାହା ଉଚିତ ମଣିଲେ ତାହା କଲେ।

ସେ କହିଲେ: ଲୋକମାନଙ୍କର ଯାହା ଇଚ୍ଛା ତାହା କୁହନ୍ତୁ। ଯାହା ଠିକ୍‌ ଭାବିଲି କଲି ଆଉ ତାହା କରି ଚାଲିବି। ଏଇଟା ଆମ ବିଶ୍ୱାସ ଯେ ମହାଶକ୍ତି ଅଛି ଏବଂ ବାଳୁତ କାଳରୁ ମୁଁ ଏ କଥା ବିଶ୍ୱାସ କରିଛି।

ସେ ଆହୁରି କହିଲେ ଯେ ଯେଝା ଯେଝାର ବିଶ୍ୱାସ ଅନୁସାରେ ଲୋକମାନଙ୍କର ପ୍ରାର୍ଥନା କରିବାର ଅଧିକାର ଅଛି। ଅନ୍ୟ କେହି ପୂଜା କରିଥିଲେ ବି ସେ ଆପତ୍ତି କରି ନ ଥା’ନ୍ତେ।

Image Source: Zee News

ମୋର ମନେହୁଏ କଂଗ୍ରେସ ଦଳରେ ଏ କଥାରେ ମତାନ୍ତର ଅଛି। ଏହା ସମସ୍ତଙ୍କର ମତ ହୋଇ ନ ଥିବ।

ସିଂହ ରାଫେଲ୍‌ ‘ଶସ୍ତ୍ରପୂଜା’ କରିବା କଥାକୁ କଂଗ୍ରେସ ତୀବ୍ର ସମାଲୋଚନା କରିଛି। ଦଳ ମଧ୍ୟ ଅଭିଯୋଗ କରିଛି କି, କେନ୍ଦ୍ରର ବିଜେପି ସରକାର ରଫେଲ୍‌ ହସ୍ତାନ୍ତରକୁ ମଧ୍ୟ ଗୈରିକକରଣ କରିବାକୁ ଚେଷ୍ଟା କରୁଛି।

ପୂଜାକୁ ଗୋଟାଏ ପ୍ରହସନ ବୋଲି ଆଖ୍ୟା ଦେଇ ବରିଷ୍ଠ କଂଗ୍ରେସ ନେତା ମଲ୍ଲିକାର୍ଜ୍ଜୁନ ଖଡ୍‌ଗେ କହିଲେ ଯେ ପ୍ରତିରକ୍ଷା ମନ୍ତ୍ରୀଙ୍କର ଶସ୍ତ୍ରପୂଜା କରିବା ଥିଲା ଅନାବଶ୍ୟକ।

ସମ୍ବନ୍ଧିତ ଖବର