ନୂଆଦିଲ୍ଳୀ: କାନାଡାରେ ଥିବା ଏତେ ସଂଖ୍ୟକ ଭାରତୀୟଙ୍କୁ ଦେଖି ଆଶ୍ଚର୍ଯ୍ୟ ପ୍ରକଟ କରୁଥିବା ଜଣେ ଚୀନ୍ ମହିଳାଙ୍କ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏକ୍ସରେ ସେୟାର ହୋଇଥିବା ଭିଡିଓରେ ମହିଳା ଜଣକ କହିଛନ୍ତି ଯେ, ସେ କାନାଡାର ଏକ ଏପରି ସ୍ଥାନରୁ କ୍ଲିପ୍ ରେକର୍ଡିଂ କରୁଛନ୍ତି ଯେଉଁଠାରେ ଲୋକମାନେ ଡ୍ରାଇଭିଂ ଲାଇସେନ୍ସ ପାଇଁ ପରୀକ୍ଷା ଦେଉଛନ୍ତି। ସୋସିଆଲ ମିଡିଆ ବ୍ୟବହାରକାରୀ ମାନେ ଏହାକୁ ନେଇ ମିଶ୍ରିତ ପ୍ରତିକ୍ରିୟା ଦେଇଛନ୍ତି। 

Advertisment

ଭିଡିଓରେ ମହିଳା ଜଣକ ଡ୍ରାଇଭିଂ ଲାଇସେନ୍ସ ପରୀକ୍ଷା ପାଇଁ ଅପେକ୍ଷା କରିଥିବା ଲୋକଙ୍କ ଫଟୋ ଦେଖାଇଛନ୍ତି। ସେ ଭିଡିଓରେ କହୁଛନ୍ତି, "ଏହା ଭୟଙ୍କର ଅଟେ। ମୁଁ କାନାଡାର ଭାରତୀୟମାନଙ୍କ ଭିତରେ ଘେରି ହୋଇ ରହିଛି। "

ଏହି କ୍ଲିପ୍ କିଛି ଦିନ ପୂର୍ବରୁ ଏକ୍ସରେ ସେୟାର କରାଯାଇଥିଲା। ସେବେଠାରୁ ଏହାକୁ ୨.୮ ମିଲିୟନରୁ ଅଧିକ ଥର ଦେଖାଯାଇଛି। ଏହି ପୋଷ୍ଟରେ ଜଣେ କମେଣ୍ଟ କରିଛନ୍ତି, ମହିଳା ଜଣକ ନିଜେ କାନାଡାରେ ଜଣେ ପ୍ରବାସୀ। ଆଉ ଜଣେ ଉପଭୋକ୍ତା ଲେଖିଛନ୍ତି ଯେ, ମୁଁ କିଛି ବର୍ଷ ପୂର୍ବେ ଭାନକୋଭର ଯାଇଥିଲି ଏବଂ ସେଠାରେ ଜନସଂଖ୍ୟାର ୪୦% ଚାଇନାର ପ୍ରବାସୀ, ତେଣୁ ଆପଣଙ୍କୁ ଘରକୁ ପଳେଇବା ଠିକ ହେବ । 

କିଛିଦିନ ପୂର୍ବରୁ କାନାଡ଼ା ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋ ଟ୍ୱିଟରରେ ପୋଷ୍ଟ କରି କହିଛନ୍ତି ଯେ, ‘‘ଆମେ ଚଳିତବର୍ଷ ଓ ଆସନ୍ତା ବର୍ଷ ୩୫% ​​କମ୍ ଆନ୍ତର୍ଜାତୀୟ ଛାତ୍ରଛାତ୍ରୀଙ୍କୁ ଅନୁମତି ପ୍ରଦାନ କରୁଛୁ ଏବଂ ଏହି ସଂଖ୍ୟା ଆଗକୁ ୧୦% ହ୍ରାସ ପାଇବ। ସେ ଆହୁରି କହିଛନ୍ତି ଯେ, ଇମିଗ୍ରେସନ ଆମ ଅର୍ଥନୀତି ପାଇଁ ଏକ ଲାଭପ୍ରଦ କଥା। କିନ୍ତୁ ଯେତେବେଳେ କିଛି ଖରାପ ଲୋକମାନେ ବ୍ୟବସ୍ଥାର ଅପବ୍ୟବହାର କରନ୍ତି ଏବଂ ଛାତ୍ରମାନଙ୍କ ସୁବିଧା ନିଅନ୍ତି ସେତେବେଳେ ଆମେ କାର୍ଯ୍ୟାନୁଷ୍ଠାନ ନେଇଥାଉ।