ନୂଆଦିଲ୍ଲୀ : ଟ୍ରାଫିକ୍ ସିଗ୍ନାଲ ଭାଙ୍ଗିବା ପରେ ପୁଲିସ ଚାଲାଣ କାଟିଥାଏ,ତାହା ସମସ୍ତଙ୍କୁ ଜଣା । କିନ୍ତୁ ଟ୍ରାଫିକ ନିୟମ ଭାଙ୍ଗିବା ମଧ୍ୟ ଚାଲାଣ ନ କାଟି ଚକୋଲେଟ ଏବଂ ଫୁଲ ଦେବା କଥା କେବେ ଶୁଣି ଥିଲେ କି? ଆଜ୍ଞା ହଁ! ହରିୟାଣାର ଝଜ୍ଜରରେ କିଛି ଏଭଳି ଦୃଶ୍ୟ ଦେଖିବାକୁ ମିଳିଥିଲା ।
/sambad/media/post_attachments/wp-content/uploads/2019/01/xpolice-1547715360.jpg.pagespeed.ic_.Ze3TQ1uj6c-300x225.jpg) oneindia.com
 oneindia.comସବୁଠାରୁ ଖାସ୍ କଥା ହେଲା,ପୁଲିସ ଫୁଲ ଏବଂ ଚକୋଲେଟ ବାଣ୍ଟୁଥିବା ବେଳେ ମହିଳା ଟ୍ରାଫିକ୍ ପୁଲିସଙ୍କ ସ୍ୱାମୀ ବିନା ହେଲ୍ମେଟ୍ରେ ସେଇ ବାଟ ଦେଇ ଯାଉଥିଲେ । ମହିଳା ପୁଲିସକର୍ମୀ ନିଜ ସ୍ୱାମୀଙ୍କୁ ଅଟକାଇବା ସହ ତାଙ୍କୁ ଫୁଲ ଏବଂ ଚକୋଲେଟ୍ ଦେଇଥିଲେ । ଏହା ସହ ଏଥର ଫୁଲ ଏବଂ ଚକୋଲେଟ୍ ଦେଉଛି । ଆର ଥରକୁ ଏଭଳି ଭୁଲ କଲେ ଚାଲାଣ କାଟିବି କହି ନିଜ ସ୍ୱାମୀଙ୍କୁ ଛାଡ଼ିଥିଲେ । ମହିଳା ପୁଲିସକର୍ମୀ ଜଣଙ୍କ ନିଜ ସ୍ୱାମୀଙ୍କୁ ଫୁଲ ଦେଉଥିବାର ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/01/xtraffic-1547715226.jpg.pagespeed.ic_.l0bANI1g1K.jpg)
