ସାବରିମାଲା : ପ୍ରବଳ ବିରୋଧ ସତ୍ତ୍ୱେ ମନ୍ଦିରର ପାହାଚ ପର୍ଯ୍ୟନ୍ତ ପହଞ୍ଚିବାରେ ସଫଳ ହେଲେ ଏହି ମହିଳା

ତିରୁଅନନ୍ତପୁରମ : ସାବରିମାଲାରେ ସ୍ଥିତି ଏବେ ଅଶାନ୍ତ ରହିଛି । ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ଆଜି ସାବ୍ରିମାଲାରେ ଥିବା ଆୟାପ୍ପା ମନ୍ଦିରକୁ ସବୁ ବୟସର ମହିଳାଙ୍କ ପାଇଁ ଖୋଲିଦିଆଯାଇଛି । କିନ୍ତୁ ଭକ୍ତମାନଙ୍କ ପ୍ରବଳ ବିରୋଧ ଫଳରେ କୌଣସି ମହିଳା ମନ୍ଦିରରେ ପ୍ରବେଶ କରିପାରିନାହାନ୍ତି । ତେବେ ଏତେ ବିରୋଧ ସତ୍ତ୍ୱେ ମାଧବୀ ନାମକ ଜଣେ ମହିଳା ମନ୍ଦିରର ପାହାଚ ପର୍ଯ୍ୟନ୍ତ ପହଞ୍ଚିବାକୁ ସକ୍ଷମ ହୋଇଥିଲେ । କିନ୍ତୁ ବିରୋଧ ଯୋଗୁଁ ସେ ସେହିଠାରୁ ଫେରିବାକୁ ବାଧ୍ୟ ହୋଇଥିଲେ । ଅନ୍ୟପକ୍ଷରେ ବିସ୍ଫୋରକ ସ୍ଥିତିକୁ ଲକ୍ଷ୍ୟ ରଖି ସାବରିମାଲାର ୪ଟି ସ୍ଥାନରେ ୧୪୪ ଧାରା ଲାଗୁ ହୋଇଛି ।
ସୂଚନାଯୋଗ୍ୟ ଯେ ପୂର୍ବରୁ ୧୦ରୁ ୫୦ ବର୍ଷ ବୟସର ମହିଳାଙ୍କ ପାଇଁ ଏହି ମନ୍ଦିରକୁ ଯିବା ନିଷିଦ୍ଧ ଥିଲା, କିନ୍ତୁ ସୁପ୍ରିମକୋର୍ଟ ଗତ ୨୮ ତାରିଖରେ ଏକ ଜନସ୍ୱାର୍ଥ ମାମଲାର ବିଚାର କରି ସବୁ ବୟସର ମହିଳାଙ୍କ ପ୍ରବେଶ ଅନୁମତି ଦେଇଥିଲେ । କିନ୍ତୁ ଏହାକୁ ସମଗ୍ର ଦକ୍ଷିଣ ଭାରତ ବିଶେଷକରି ଆୟାପ୍ପା ଭକ୍ତମାନଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ଦେଖାଦେଇଛି ।

ସମ୍ବନ୍ଧିତ ଖବର