ଯିଏ ଅଯୋଧ୍ୟା ରାମ ମନ୍ଦିରରେ ପୂଜା କରିବା ଅଧିକାର ପାଇଲେ, ୩୩ ବର୍ଷ ତଳେ ତାଙ୍କର ମୃତ୍ୟୁ ହୋଇସାରିଛି !

ଅଯୋଧ୍ୟା: ରାମ ମନ୍ଦିର ଓ ବାବ୍ରି ମସଜିଦ ମାମଲାରେ ସୁପ୍ରିମକୋର୍ଟଙ୍କ ୫ ଜଣିଆ ଖଣ୍ଡପୀଠ ଆଜି ରାୟ ଶୁଣାଇଛନ୍ତି | ସୁପ୍ରିମକୋର୍ଟ ତାଙ୍କ ରାୟରେ ଆଜି ଏମିତି ଜଣେ ବ୍ୟକ୍ତିଙ୍କୁ ପୂଜା କରିବାର ଅଧିକାର ଦେଇଛନ୍ତି ଯାହାଙ୍କର ମୃତ୍ୟୁ ୩୩ ବର୍ଷ ତଳେ ହୋଇସାରିଛି | ସେ ହେଉଛନ୍ତି ଗୋପାଳ ବିଶାରଦ | ଗୋପାଳଙ୍କର ମୃତ୍ୟୁ ୧୯୮୬ ମସିହାରେ ହୋଇଯାଇଥିଲା | ସୁପ୍ରିମକୋର୍ଟ ଅଯୋଧ୍ୟାରେ ଥିବା ରାମଲାଲାଙ୍କ ପୂଜା କରିବା ପାଇଁ ହିନ୍ଦୁ ମହାସଭାର ଗୋପାଳ ସିଂ ବିଶାରଦଙ୍କୁ ଅନୁମତି ଦେଇଛନ୍ତି | ଗୋପାଳ ହେଉଛନ୍ତି ସେହି ବ୍ୟକ୍ତି ଯିଏ କି ୧୯୪୯ ମସିହାରେ ବାବ୍ରି ମସଜିଦରେ ମୂର୍ତ୍ତି ରଖିବା ପରେ ହିନ୍ଦୁ ମହାସଭା ପକ୍ଷରୁ ରାମଲାଲା ପୂଜା କରିବାର ବ୍ୟକ୍ତିଗତ ଅଧିକାର ପାଇଁ ୧୯୫୦ ମସିହାରେ ଫୈଜାବାଦ ନ୍ୟାୟାଳୟରେ ମୋକଦ୍ଦମା ଦାୟର କରିଥିଲେ |

photo-the economics times

ଗୋପାଳ ସିଂ ବିଶାରଦ ଜାନୁୟାରୀ ୧୬ ତାରିଖ ୧୯୫୦ ମସିହାରେ ସିଭିଲ ଜଜଙ୍କ ଅଦାଲତରେ ସରକାର, ଜହୁର ଅହମ୍ମଦ ଓ ଅନ୍ୟ ମୁସଲମାନଙ୍କ ବିରୋଧରେ ମୋକଦ୍ଦମା ଦାୟର କରି କହିଥିଲେ ଯେ ଜନ୍ମଭୂମି ଉପରେ ସ୍ଥାପିତ ଭଗବାନ ରାମ ଓ ଅନ୍ୟ ମୂର୍ତ୍ତିକୁ ହଟାଇ ନ ଦିଆଯାଉ | ପୂଜା କରିବାକୁ ଅନୁମତି ଦିଆଯାଉ | ସିଭିଲ କୋର୍ଟ ସେହି ଦିନ ହିଁ ସ୍ଥଗିତାଦେଶ ଜାରି କରିଥିଲେ | ୧୯୮୬ ମସିହାରେ ଗୋପାଳ ସିଂହଙ୍କର ମୃତ୍ୟୁ ପରେ ତାଙ୍କ ପୁଅ ରାଜେନ୍ଦ୍ର ସିଂ ମାମଲା କରୁଥିଲେ |

ବଡ କଥା ଯେ ନିର୍ମୋହୀ ଅଖାଡା ଓ ଅଖିଳ ଭାରତୀୟ ଶ୍ରୀରାମ ଜନ୍ମଭୂମି ପୁନରୁଦ୍ଧାର ସମିତି ରାଜେନ୍ଦ୍ର ସିଂ ଙ୍କ ବିପକ୍ଷରେ ଥିଲେ | ତେବେ ଗୋପାଳଙ୍କ ଓକିଲ ରଂଜିତ ସିଂ କୋର୍ଟଙ୍କୁ କହିଥିଲେ ଯେ ଗୋପାଳ ରାମଲାଲାଙ୍କର ଉପାସକ ଓ ତାଙ୍କୁ ପୂଜା କରିବାର ଅଧିକାର ଦିଆଯିବା ଆବଶ୍ୟକ, ଯାହାକୁ କୋର୍ଟ ସ୍ୱୀକାର କରିନେଇଛନ୍ତି ଓ ଗୋପାଳ ବିଶାରଦଙ୍କୁ ପୂଜା କରିବାର ଅନୁମତି ଦେଇଛନ୍ତି |

ସମ୍ବନ୍ଧିତ ଖବର