ଅଳିଆଗଦା ମଧ୍ୟରେ ବସି ନିର୍ବାଚନ ପ୍ରଚାର କରୁଛନ୍ତି ଏହି ପାକିସ୍ତାନୀ ନେତା

କରାଚି : ପାକିସ୍ତାନରେ ଚଳିତ ମାସରେ ସାଧାରଣ ନିର୍ବାଚନ ଅନୁଷ୍ଠିତ ହେଉଛି । ଏଥିପାଇଁ ପ୍ରଚାର ବେଶ ସରଗରମ ହୋଇଉଠିଛି । ମୈଦାନରେ ତ୍ରିମୁଖୀ ପ୍ରତିଯୋଗୀତା ପାକିସ୍ତାନ ପିପୁଲ୍ସ ପାର୍ଟି, ପାକିସ୍ତାନ ମୁସଲିମ ଲିଗ ଓ ଇମ୍ରାନ ଖାଁଙ୍କ ପାକିସ୍ତାନ ତେହରିକ ଏ ଇନସାଫ ମଧ୍ୟରେ ହେଉଛି । କିନ୍ତୁ କେତେକ ସ୍ୱାଧୀନ ପ୍ରାର୍ଥୀ ମଧ୍ୟ ନିର୍ବାଚନ ଲଢୁଛନ୍ତି । ଏପରି ଜଣେ ସ୍ୱାଧୀନ ପ୍ରାର୍ଥୀ ହେଲେ ଆୟାଜ ମେମନ ମୋତିବାଲା ଯିଏକି ନିଜର ଅଜବ ପ୍ରଚାର ପାଇଁ ହଠାତ ସୋସିଆଲ ମିଡିଆରେ ଲୋକପ୍ରିୟ ହୋଇଯାଇଛନ୍ତି । ମୋତିବାଲା ସ୍ୱଚ୍ଛତାକୁ ନିଜ ପ୍ରଚାରର ମୁଖ୍ୟ ମାଧ୍ୟମ କରିଛନ୍ତି ।

କରାଚିରେ ବିଭିନ୍ନ ଅଳିଆଗଦା,ସ୍ୱେରେଜ ଲାଇନ, ଡ୍ରେନ ଆଦି ଅପରିଷ୍କାର ସ୍ଥାନରେ ସେ ଶୋଇ, ବସି , ଖାଦ୍ୟଖାଇ ନିଜର ପ୍ରଚାର କରୁଛନ୍ତି । ଏପରି କରି ସେ ଭୋଟରମାନଙ୍କ ଧ୍ୟାନ ଆକର୍ଷଣ କରୁଛନ୍ତି । କେବଳ କରାଚୀରେ ନୁହେଁ ସାରା ପାକିସ୍ତାନରେ ସେ ହଠାତ ଲୋକପ୍ରିୟ ହୋଇଯାଇଛନ୍ତି । ଅନ୍ୟପକ୍ଷରେ ସୋସିଆଲ ମିଡିଆରେ ମଧ୍ୟ ସେ କେବଳ ପାକିସ୍ତାନ ନୁହେଁ ସାରା ବିଶ୍ୱରେ ଲୋକପ୍ରିୟ ହୋଇଯାଇଛନ୍ତି । କେତେକ ଲୋକ ତାଙ୍କୁ ଡ୍ରାମା କରୁଥିବା କହି କମେଣ୍ଟ ଲେଖିଥିବାବେଳେ ଆଉ କେତେକ ତାଙ୍କ ସଚେତନତାମୂଳକ କାମ ପାଇଁ ସମର୍ଥନ କରୁଛନ୍ତି । ଏହା ଦ୍ୱାରା ସ୍ୱଚ୍ଛ ପାକିସ୍ତାନ ଅଭିଯାନକୁ ବଳ ମିଳିଛି ବୋଲି କେତେକ କହୁଛନ୍ତି ।

 

ସମ୍ବନ୍ଧିତ ଖବର